ସାମ୍ବିଧାନିକ ଅଧିକାର ଓ କର୍ତବ୍ୟ ଉପରେ ସଚେତନତା ସଭା ଅନୁଷ୍ଠିତ

ଜୁନାଗଡ଼,୩୧/୦୧/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ )- ସ୍ଥାନୀୟ କୋର୍ଟ ପରିସରରେ ତାଳୁକା ଲିଗାଲ ସାର୍ଭିସ କମିଟି ତରଫରୁ ଏକ ସଚେତନତା ସଭା ସାମ୍ବିଧାନିକ କର୍ତବ୍ୟ ଓ ଅଧିକାର ଉପରେ ଅନୁଷ୍ଠିତ ହୋଇ ଯାଇଛି । ଓକିଲ ସଂଘ ସଭାପତି ଅଶୋକ କୁମାର ପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ତାଳୁକା ଲିଗାଲ ସର୍ଭିସ ଚେରମ୍ୟାନ ସିଭିଲ ଜଜ ଶ୍ରୀମତୀ ସିକୁନ ରାୟ ଓ ନ୍ୟାୟଧିକାରୀ ତଥା ଜେ ଏମ ଏଫ ସି ସିଓନା ସିଦ୍ଧାର୍ଥ ମହାରଣା ଅତିଥି ଭାବେ ଯୋଗଦାନ କରିଥିଲେ । ଉକ୍ତ ସଭା ରେ ଓକିଲ ସଂଘ ର ସମସ୍ତ ସଦସ୍ୟ ଓ ଜୁନାଗଡ଼ ଥାନା ର ଅଫିସର ଓ କର୍ମଚାରୀ ଯୋଗଦାନ କରିଥିଲେ । ନାଗରିକ ଙ୍କ ଅଧିକାର ଓ କର୍ତ୍ତବ୍ୟ ଉପରେ ଅତିଥି ମାନେ ଆଲୋକପlତ କରିଥିଲେ । ସମସ୍ତ ନାଗରିକ ଦେଶ ପ୍ରତି ଓ ସମାଜ ପ୍ରତି ନିଜର କର୍ତବ୍ୟ ଯାହା ସମ୍ବିଧାନ ରେ ଲେଖା ହୋଇଛି ସେ ବିଷୟରେ ସଚେତନ ହେବା ଓ ସମାଜ ର ସମସ୍ତ ଙ୍କୁ ସଚେତନ କଲେ ଦେଶର ଉନ୍ନତି ସମ୍ଭବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ଅତିଥି ଶ୍ରୀମତୀ ସିକୁନ ରାୟ ସାମ୍ବିଧାନିକ ଅଧିକାର ଓ S U V A S ଆପ (suprime court vidik Annuvad software )ବ୍ୟବହାର କରି ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ରାୟ କୁ ନିଜ ଭାଷା ରେ ଅନୁବାଦ କରି କେମିତି ବୁଝି ହେବ ସେ ବିଷୟରେ ଉପସ୍ଥିତ ଶ୍ରୋତା ଙ୍କୁ ବୁଝାଇ ଥିଲେ । ଏହି ସଭାରେ ଓକିଲ ମଦନ ମୋହନ ସାହୁ, ଉପସଭାପତି ରମେଶ ନାଏକ, ଅଶୋକ ପଣ୍ଡା, ଧନେଶ୍ୱର ନାଏକ କୈଳାସ ଚୌଧୁରୀ ଜୟଦେବ ସୁନାନୀ, ନୀଳକଣ୍ଠ ମିଶ୍ର ମିଳାପ ଜୈନ, ତାପସ ସାହୁ, ମନିଷ ପଣ୍ଡା, କାମାକ୍ଷା ବାଗ ଓ ଜୁନାଗଡ଼ ଥାନା ତରଫରୁ ଏସ ଆଇ ସୋନୁ ଖାଲକୋ, ପୂର୍ଣଚନ୍ଦ୍ର ଦାସ, ଭାସ୍କର ଖୋସଲା, ଏ ଏସ ଆଇ ଶାନ୍ତିଲତା ବାରିକ, ଜି ଜେ ରେଡି ଓ ଏ ପି ଏଫ ପୂର୍ଣଚନ୍ଦ ଭତରା ପ୍ରମୁଖ ଯୋଗଦାନ କରିଥିଲେ । ସଭା ଶେଷରେ ଏ ପି ପି ଅଶୋକ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *