ଜୟଦେବ ସମାରୋହର ଦ୍ଵିତୀୟ ସନ୍ଧ୍ୟା : ସମବେତ ଓଡ଼ିଶୀ ସଙ୍ଗୀତ ଓ ଛଉ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ

ଭୁବନେଶ୍ୱର,୧୭/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ହେଉଥିବା ଜୟଦେବ ସମାରୋହ-୨୦୨୬ର ଦ୍ଵିତୀୟ ଦିନର ସାଂସ୍କୃତିକ ସନ୍ଧ୍ୟା ଆଜି ବହୁ ଆଡ଼ମ୍ବର ସହକାରେ ଉତ୍କଳ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ଜୟଦେବ ସମାରୋହ ଆୟୋଜିତ ହେବ।

ଆଜିର କାର୍ଯ୍ୟକ୍ରମରେ ଗୁରୁ ଶ୍ରୀ ରାମହରି ଦାସ, ଗୁରୁ ଶ୍ରୀ ଧନେଶ୍ବର ସ୍ବାଇଁ, ଶ୍ରୀ ପ୍ରମୋଦ କୁମାର ମଣ୍ଡଳ ଶ୍ରୀ ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଦୀର୍ଘ ବର୍ଷର ଗୌରବମୟ ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ।

ଆଜି ଜୟଦେବ ସମାରୋହର ଦ୍ଵିତୀୟ ସନ୍ଧ୍ୟାରେ ଗୁରୁ ଡ଼. ଭାରତୀ ଜେନା ଓ ଗୁରୁ ଶ୍ରୀ ପ୍ରଦୀପ କୁମାର ଦାସଙ୍କ ନିର୍ଦ୍ଦେଶନାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସମବେତ ଓଡ଼ିଶୀ କଣ୍ଠ ସଙ୍ଗୀତ ପରିବେଷଣ କରିଥିଲେ। ଏହାପରେ  ସମବେତ ହିନ୍ଦୁସ୍ତାନୀ ବେହେଲା ବାଦନ ପରିବେଷଣ କରାଯାଇଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଡ଼. ଦିବ୍ୟ ଦର୍ଶନ ବିଶ୍ୱାଳ ଓ ଗୁରୁ ଡ଼. ପ୍ରଶାନ୍ତ କୁମାର ପାଢ଼ୀ। ଆଜିର ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ରହିଥିଲା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ଛଉ ନୃତ୍ୟ। ଗୁରୁ ଶ୍ରୀ ଗୌରମୋହନ ମହାନ୍ତ ଓ ଗୁରୁ ଡ଼. ରମଣୀ ରଞ୍ଜନ ଜେନା ଛଉ ନୃତ୍ୟର ନିର୍ଦ୍ଦେଶନା ଦେଇଥିଲେ।

ଆଜିର କାର୍ଯ୍ୟକ୍ରମକୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଜୟ କୁମାର ଜେନା ପରିଚାଳନା କରିଥିଲେ।

-0-

ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *