ଲାଲବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀରେ  ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ ନେଇ ଫେରିଲେ  ୬ ଜଣ ମହିଳା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ।

  • ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ
  • ସର୍ବଭାରତୀୟ ସ୍ତରରେ ଓଡ଼ିଶାରୁ ସ୍ୱୟଂପ୍ରଭା ମହାନ୍ତି ଙ୍କୁ ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ପୁରସ୍କାର
  • ଭାରତ ଦର୍ଶନ ଦଳଗତ ଉପସ୍ଥାପନାରେ ଆରାଧନା ଦାସ ମଧ୍ୟ ପୁରସ୍କୃତ

ଭୁବନେଶ୍ୱର,୧୭/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ପ୍ରଶାସନିକ ସେବା ରୁ ଭାରତୀୟ ପ୍ରଶାସନିକ ସେବାକୁ ପଦନ୍ନୋତି ପାଇଥିବା ୬ଜଣ ମହିଳା ଆଇଏଏସ୍ ଅଧିକାରୀ (୨୦୧୪ ଓ ୨୦୧୫ ବ୍ୟାଚ୍ ) ଲାଲବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ (ଏଲବିଏସ୍ଏନଏଏ), ମସୌରୀରେଠାରେ ଅନୁଷ୍ଠିତ ୧୨୮ ତମ ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ (ଇଣ୍ଡକ୍ସନ ଟ୍ରେନିଂ)ରେ ଯୋଗଦେଇ ଓଡ଼ିଶାକୁ ଫେରିବା ପରେ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କୁ  ସେମାନେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।ଅଧିକାରୀମାନେ ପ୍ରଶିକ୍ଷଣ ଅବସରରେ ବିଭିନ୍ନ ଦକ୍ଷତା କାର୍ଯ୍ୟକ୍ରମ ଓ“ଭାରତ ଦର୍ପଣ”ପରିଭ୍ରମଣ ସଂପର୍କିତ ସେମାନଙ୍କର ଉପସ୍ଥାପନା ରେ ଓଡ଼ିଶାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇ ନିଜର  ଓ ରାଜ୍ୟ ପାଇଁ ଗୌରବ ଅର୍ଜନ କରି ପ୍ରଶଂସା ସାଉଁଟି ଥିବାରୁ ମୁଖ୍ୟ ଶାସନ ସଚିବ ସେମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ।ସଫଳତାର ସହ ପ୍ରଶିକ୍ଷଣ ନେଇଥିବା  ଏହି ଅଧିକାରୀମାନେ ହେଲେ ଆରାଧନା ଦାସ, ଲିଲିକୁମାରୀ କୁଲୁ, ନିବେଦିତା ମିଶ୍ର, ଯୁଗଳେଶ୍ୱରୀ ଦାଶ, ରେଗା ଗୀତାରାଣୀ ପଟ୍ଟନାୟକ ଏବଂ ସ୍ୱୟଂପ୍ରଭା ମହାନ୍ତି।

          ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଆଦେଶ ଅନୁସାରେ ଏହି ଅଧିକାରୀମାନେ ଗତ ଫେବୃୟାରୀ୨୭ରୁ ମାର୍ଚ୍ଚ୧୩ ତାରିଖ ପର୍ଯ୍ୟନ୍ତ୧୫ ଦିନିଆ ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ ନେଇ ବିଭିନ୍ନ ଦକ୍ଷତା କାର୍ଯ୍ୟକ୍ରମ, ଭାରତଦର୍ପଣକାର୍ଯ୍ୟକ୍ରମ, ବିଭିନ୍ନକେସଷ୍ଟଡିଉପସ୍ଥାପନା, ଦଳଗତ ଉପସ୍ଥାପନା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସହ ଅନ୍ୟ ପ୍ରଶିକ୍ଷାର୍ଥୀ ମାନଙ୍କ ସହିତ ପରସ୍ପରିକ ଜ୍ଞାନ, ଅନୁଭୂତି ଓ ଦକ୍ଷତା ଶିଖିବା (ପିଅର ଲର୍ଣ୍ଣି) କାର୍ଯ୍ୟକ୍ରମରେ ସଫଳତାର ସହ ଅଂଶଗ୍ରହଣ କରିରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି।ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ, ଯିଏକି ପଦନ୍ନୋତି ପାଇଥିବା ଏହି ସମସ୍ତ ମହିଳା ଅଧିକାରୀ ମାନଙ୍କୁ ଏଲଏବିଏସଏନ୍ଏରେ ପ୍ରଶିକ୍ଷଣ ପାଇଁ ପଠାଇଥିଲା, ଯାହା ମହିଳା ସଶକ୍ତିକରଣ ଏବଂ ମହିଳା ମାନଙ୍କ ଅଂଶଗ୍ରହଣ ଯେତ୍ରରେ ରାଜ୍ୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ବିଭିନ୍ନ ପ୍ରଦେଶରୁ ଏହି ପ୍ରଶିକ୍ଷଣରେ ୮୩ ଜଣ ଉଭୟ ପୁରୁଷ ଓ ମହିଳା ଅଧିକାରୀମାନେ  ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ ନେଇଥିବା ବେଳେ ଚଳିତ ଥର ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ କେବଳ ଏହି ସମସ୍ତ  ମହିଳା ଅଧିକାରୀମାନଙ୍କୁ ପଦନ୍ନୋତି ପରବର୍ତ୍ତୀ ନିଯୁକ୍ତି ପ୍ରଶିକ୍ଷଣ ପାଇଁ ପଠାଯାଇଥିଲା ।ପ୍ରଶିକ୍ଷଣ ପରିପ୍ରେକ୍ଷୀରେ ଏହି ଅଧିକାରୀମାନେ ଭରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟାଙ୍କୁ ନୂଆଦିଲ୍ଲୀରେ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ।

ପ୍ରଶିକ୍ଷଣ ନେଇଥିବା ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ଶ୍ରୀମତୀ ସ୍ୱୟଂପ୍ରଭା ମହାନ୍ତି ରାଜ୍ୟରେ ମହିଳା ସଶକ୍ତିକରଣ, ଓଡ଼ିଶାର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ‘ସୁଭଦ୍ରା’କାର୍ଯ୍ୟକାରିତା, ସ୍ୱାସ୍ଥ୍ୟସେବା, ମାତୃ ଓ ଶିଶୁ ମାନଙ୍କ ପୋଷଣ କାର୍ଯ୍ୟକ୍ରମ ଆଦିକୁ କେସ୍ ଷ୍ଟଡିଜ୍ ଭାବେ ସଫଳ ଉପସ୍ଥାପନାରେ  ନିଜର ନୈପୁଣ୍ୟ ଓ ଦକ୍ଷତା ପ୍ରତିପାଦନ କରି ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ସର୍ବଭାରତୀୟ ସ୍ତରରେପୁରସ୍କୃତ ହୋଇଛନ୍ତି । ସେହିପରି ଆଇଏଏସ୍ ଅଧିକାରୀ ଶ୍ରୀମତୀ ଆରାଧନା ଦାସ ମଧ୍ୟ ଭାରତର ଐତିହ୍ୟ, ସଂସ୍କୃତି, ପରମ୍ପରା , ବିକାଶ ଓ ସମାଜିକ ଚିତ୍ର ଆଦି ସଂପର୍କିତ “ଭାରତ ଦର୍ପଣ”  ଷ୍ଟଡି ଟୁର ସଂପର୍କିତ ଦଳଗତ ଉପସ୍ଥାପନାରେ ଶ୍ରେଷ୍ଠ  ପ୍ରଦର୍ଶନକାରୀ ଭାବେ  ପୁରସ୍କୃତ ହୋଇଛନ୍ତି।ସମସ୍ତ ଅଧିକାରୀମାନେ ପ୍ରଶିକ୍ଷଣ ଅବସରରେ ସେଠାରେ  ଆୟୋଜିତ ସାସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ଓଡ଼ିଶାର କଳା ଓ ସଂସ୍କୃତିର ଉଚ୍ଚକୋଟୀର ପ୍ରଦର୍ଶନ କରି ଉଚ୍ଚପ୍ରଶଂସିତ ହୋଇଥିଲେ ।

-0-

ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *