କଟକ ସଦର,୧୫/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପରମହଂସ ପଞ୍ଚାୟତ ର ଅଗ୍ରଣୀ ହାଟସାହି ଯୁବକ ସଂଘ ପକ୍ଷରୁ ଦୁଇଦିନିଆ ହାଟସାହି ପ୍ରିମିୟର ଲିଗ୍ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ସଂଘ ର ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ରେ ହାଟସାହି ହାର୍ଡ ହିଟରକୁ ହରାଇ ହାଟସାହି ଗେମ୍ ଚେଞ୍ଜର ଚମ୍ପିୟାନ ହୋଇଥିବା ଜଣାପଡିଛି।
କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ବିଷ୍ଣୁପ୍ରିୟା ସେବା ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଖେଳକୁ ଉଦଘାଟନ କରିଥିବା ବେଳେ ଆଜି ରବିବାର ଦିନ ଚମ୍ପିୟାନ ଓ ରନର୍ସ ଅପ୍ ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା ଓ ଆୟତପୁର ସରପଂଚ ରାକେଶ ବେହେରା ଯୋଗଦାନ କରିଥିଲେ। ପରିଚାଳନାରେ ଯୁବକ ସଂଘ ସଭାପତି ଜିତେନ୍ଦ୍ର ଦାଶ, ବ୍ରଜେଶ ଦାଶ, ଦେବରାଜ ଦାଶ, ପ୍ରଦୀପ ଦାଶ,ଯୁଗଳ ଦାଶ, ସୁନିଲ ଦାଶ, ଦିବ୍ୟସିଂହ ଦାଶ, ବେଣୁଧର ସାହୁ, ରାକେଶ ପଣ୍ଡା, ଶିବପ୍ରସାଦ ସାହୁ,ପରେଶ ସାହୁ,ଅନିଲ ସେଠୀ ଙ୍କ ସମେତ ସମସ୍ତ ସଦସ୍ୟ ସହାୟତା କରିଥିଲେ।
