ଖଲ୍ଲିକୋଟ,୧୫/୦୩/୨୦୨୬ (ଓଡ଼ିଶା ସମାଚାର)-ଖଲ୍ଲିକୋଟ ର ମହିଳା ଦିବସ ଅବସରରେ ଡଃ.ଏ.ପି.ଜେ ଅବଦୁଲ୍ କାଲାମ୍ ଟ୍ରଷ୍ଟର କେତେକ ସଭ୍ୟ /ସଭ୍ୟା ବିଭିନ୍ନ କ୍ଷେତ୍ରରେ ତୃପ୍ତି ଲାଭ କରି ଜୟଦେବ ଭବନ ଠାରେ ଅନୁଷ୍ଠିତ ମହିଳା ଦିବସ ଉପଲକ୍ଷେ ସମ୍ମାନିତ ହୋଇଥିଲେ।ଏଥିରେ ଗ୍ରାମ୍ୟଦେବୀ ପ୍ରାଥମିକ ବିଦ୍ୟାଳୟର କୁନି ଛାତ୍ରୀ ଶୁଭସ୍ମିତା ଦାସ ଅତି ଚତ୍ମକାର ନୃତ୍ୟ ପରିବେଷଣ କରିଥିଲେ ।
ତାଙ୍କ ନୃତ୍ୟରେ ମୁଗ୍ଧ ହୋଇ ବିଧାନ ସଭାର ମାନ୍ୟବର ବାଚସ୍ପତି ସୁରମା ପାଢୀ ତାଙ୍କୁ ମାନପତ୍ର ସହିତ ସମ୍ମାନିତ କରିଥିଲେ।ଏହି ସଭାରେ ଟ୍ରଷ୍ଟର ସଭାପତି ପୂର୍ଣ୍ଣଚଦ୍ର ବେହେରା,ସମାଜସେବୀ ସମୀରା ପ୍ରଧାନ ଚିତ୍ର ଶିଳ୍ପୀ,ଯୁବ କବୟତ୍ରୀ ଶୁଭସ୍ମିତା ପାତ୍ର, ପ୍ରଭାତି କୁମାର ଦାସ (କବୟତ୍ରୀ),ମିତାଞ୍ଜଳି ମିଶ୍ର (ସମାଜସେବୀ),ଲକ୍ଷ୍ମୀପ୍ରିୟା ଆଚାର୍ୟ୍ୟ (ସମାଜସେବୀ),ଉଷାରାଣୀ ରାଉତ (ସମାଜସେବୀ), ଇଞ୍ଜିନିୟର,ପ୍ରଭାତ କୁମାର ସଡଙ୍ଗୀ (ସାହିତିକ ଓ ସମାଜସେବୀ),ମହାଦେବ ମଲିକ୍ (ସମାଜସେବୀ),ସମ୍ବାଦିକ କେ.ସତ୍ୟନାରାୟଣ ରେଡୀ (ବିଶିଷ୍ଟ ସମାଜ ସେବୀ) ଓ ବିଜୟ କୁମାର ତ୍ରିପାଠୀ (ବିଶିଷ୍ଟ ସ୍ଥାପିତ୍ୟ କଳା ସମ୍ମାନ) ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଏଥିସହ ଭୁବନେଶ୍ଵର ର ଗୋପାଳ କୁମାର ଦାସ ବିଶିଷ୍ଟ ସାହିତ୍ୟିକ କ୍ୟାନସର ଫାଉଣ୍ଡେସନ୍ ପ୍ରତିଷ୍ଠାତା ବ୍ୟକ୍ତି ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ।ଏହି କାର୍ୟ୍ୟକ୍ରମ ସଙ୍ଗୀନି ଫାଉଣ୍ଡେସନ୍ ର ପ୍ରତିଷ୍ଠାତା ନିଳୀମା ବଡୁ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ରୂପରେ ଓଡିଶାର ବିଧାନସଭାର ବାଚସ୍ପତି ସୁରମା ପାଢୀ ଓଡିଶାର ଶିଶୁ କଲ୍ୟାଣ ଅଧ୍ୟକ୍ଷ ବିଶିଷ୍ଟ ନାରୀ ନେତ୍ରୀ ବବିତା ପାତ୍ର , ସିନେମା ଜଗତର ବିଶିଷ୍ଟ ଅଭିନେତ୍ରୀ ପୂର୍ଣ୍ଣମ୍ ମିଶ୍ର ଅଲିଉଡ୍ ର ଅଭିନେତ୍ରି ସ୍ବପ୍ନା ପ୍ରିୟଦର୍ଶନୀ,ପ୍ରିୟଙ୍କା ପ୍ରିୟଦର୍ଶନୀ ସାହୁ ,ପ୍ରିୟଙ୍କା ପାଢୀ,ସାଧନା ପାଢୀ, ତପନ ପଣ୍ଡା,ନିବେଦିତା ରଥ ,ପ୍ରକାଶଶ୍ରୀ ଚନ୍ଦନ,ବିଶିଷ୍ଟ କଣ୍ଠ ଶିଳ୍ପୀ ଜୟଶ୍ରୀ ଧଳ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
