କେନ୍ଦ୍ରାପଡ଼ା, ୧୬/୦୯/୨୦୨୫(ଓଡ଼ିଶା ସମାଚାର)-ମଙ୍ଗଳବାର ଅପରାହ୍ନରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ରାଜନଗର ବିଧାୟକ ଧ୍ରୁବଚରଣ ସାହୁଙ୍କ ଅଧ୍ୟକ୍ଷତାରେ ରାଜନଗର ନିର୍ବାଚନ ମଣ୍ଡଳୀର ଦ୍ୱିତୀୟ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସ୍ୱାସ୍ଥ୍ୟ, ପାନୀୟ ଜଳ, ପରିମଳ, ବିଦ୍ୟୁତ, ସାମାଜିକ ସୁରକ୍ଷା, ଜଳ ସେଚନ, ରାସ୍ତା ଓ କୋଠାବାଡି ବିଭାଗ, ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ପଟ୍ଟାମୁଣ୍ଡାଇ ପୌରପରିଷଦର ବିଭିନ୍ନ ସମସ୍ୟା, ଯୋଗାଣ ବିଭାଗ, ସମେତ ଅନ୍ୟ ବିଭାଗର ବିଭିନ୍ନ ଉନ୍ନୟନ କାର୍ଯ୍ୟର ବିଧାୟକସମୀକ୍ଷା କରିଥିଲେ ।
ବିଭାଗୀୟ ଅଧିକାରମାନେ ବିଭାଗର ବିଭିନ୍ନ କାର୍ଯ୍ୟ ସଂକ୍ରାନ୍ତରେ ବିଧାୟକଙ୍କୁ ଅବଗତ କରାଇଥିଲେ । ବିଭାଗ ବିଭାଗ ମଧ୍ୟରେ ଉତମ ସମନ୍ୱୟ ରଖି ସମସ୍ୟାର ସମାଧାନ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ । ବିଭିନ୍ନ ପ୍ରକଳ୍ପ ଗୁଡିକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ଏବଂ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ବିଧାୟକ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ରଘୁରାମ ଆର ଆୟର, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ରାଜନଗର ଡିଏଫଓ ଭରଦରାଜ ଗାଉଁକରଙ୍କ ସମେତ ସମସ୍ତ ଲାଇନ ବିଭାଗର ଅଧିକାରୀ, ରାଜନଗର ଏବଂ ପଟ୍ଟାମୁଣ୍ଡାଇ ବ୍ଲକର ବିଡିଓ, ତହସିଲଦାର, ବ୍ଲକ ଓ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉପଜିଲାପାଳ ଅରୁଣ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
