“ଭାରତୀୟ ପାରମ୍ପରିକ ଜ୍ଞାନଶୃଙ୍ଖଳା: ଓଡ଼ିଶାର ଲୁପ୍ତପ୍ରାୟ ଲୋକଉପକରଣ” ଶୀର୍ଷକ ଏକଦିବସୀୟ ଅନ୍ତର୍ଜାତୀୟ ସମ୍ପାନ

କଟକ,୦୮/୦୩/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶା ସାହିତ୍ୟ ଏକାଡେମୀ, ମିଶ୍ରଶାଳର ସହଭାଗିତା ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ଓ ଶିକ୍ଷା ବିଭାଗର ସହଯୋଗିତାରେ ଏକଦିବସୀୟ ଅନ୍ତର୍ଜାତୀୟ ସମ୍ପାନ ସେଭେନ୍ ପିଲାର୍ସଠାରେ ଅନୁଷ୍ଠିତ ହୋଇଯାଇଛି । “ଭାରତୀୟ ପାରମ୍ପରିକ ଜ୍ଞାନଶୃଙ୍ଖଳା: ଓଡ଼ିଶାର ଲୁପ୍ତପ୍ରାୟ ଲୋକଉପକରଣ” ଶୀର୍ଷକ ମୁଖ୍ୟ ପ୍ରସଙ୍ଗରେ ବିଭିନ୍ନ ଦୃଷ୍ଟିକୋଣରୁ ରଖାଯାଇଥିବା କୋଡିଏ ଗୋଟି ଉପପ୍ରସଙ୍ଗକୁ ନେଇ ଶତାଧିକ ବିଦ୍ୱାନ୍ ଓ ଗବେଷକ, ପ୍ରାଧ୍ୟାପକ, ଛାତ୍ରଛାତ୍ରୀ ଶିକ୍ଷା ବିଭାଗର ଚାରିଗୋଟି ପ୍ରକୋଷ୍ଠରେ ନିଜନିଜ ବକ୍ତବ୍ୟ ରଖିଥିଲେ ।

ବିଶ୍ୱବିଦ୍ୟାଳୟର ସେଭେନ୍ ପିଲାର୍ସ ଆନେକ୍ସ-୦୧ ଦିନ ୧୦ଟାବେଳେ ସେମିନାରର ଶୁଭାରମ୍ଭ କରାଯାଇଥିଲା । ବିଶିଷ୍ଟ ଭାଷାବିତ୍ ଓ ଶିିକ୍ଷାବିତ୍ ପ୍ରଫେସର ଡକ୍ଟର ନଟବର ଶତପଥୀଙ୍କ ନିର୍ଦେଶନାରେ, ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ସଂଜୟ କୁମାର ଛୁଆଳସିଂହ, ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ବିଜୟଲକ୍ଷ୍ମୀ ଦାଶ, ଶିକ୍ଷା ବିଭାଗ ମୁଖ୍ୟ ଡକ୍ଟର ସୁଦର୍ଶନ ମିଶ୍ର ଏବଂ ମୁଖ୍ୟ ଆୟୋଜକ ମିଶ୍ରଶାଳର ପ୍ରତିଷ୍ଠାତା ଡକ୍ଟର ଅଜୟ କୁମାର ମିଶ୍ର ଉଦଘାଟନୀ ଉତ୍ସବରେ ଶୁଭାରମ୍ଭ କରିଥିଲେ ।


ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ମିଶ୍ରଶାଳର ପ୍ରତିଷ୍ଠାତା ଡକ୍ଟର ଅଜୟ କୁମାର ମିଶ୍ରଙ୍କ ହାତ ତିଆରି ଛୋଟ ରଥ, ଚାରି ପ୍ରକାରର ହାତଗଢା ଅତି ଛୋଟ ଶଗଡ଼ ପ୍ରଦର୍ଶନ । ଉଦଘାଟକ ଡକ୍ଟର ନଟବର ଶତପଥୀ ମିଶ୍ରଶାଳର ପୁରୁଣା ସଂସ୍କୃତି ସୁରକ୍ଷା କରିବାର ଏଇ ଅଭିନବ ପ୍ରୟାସକୁ ଗୁରୁତ୍ୱର ସହିତ ପ୍ରକାଶ କରିଥିଲେ । ଉଦଘାଟନରେ କୁନି ଶାଳକାର ଶ୍ରେୟାଂଶ ମିଶ୍ରଙ୍କ ଭାଷଣ ଥିଲା ଅତି ଉତ୍ସାହପ୍ରଦ । ଶିକ୍ଷାବିଭାଗର ଚାରିଗୋଟି ପ୍ରକୋଷ୍ଠରେ ପ୍ରଫେସର ଡକ୍ଟର ବିକଳି ଚରଣ ଦାସଙ୍କ ଦିଗଦର୍ଶନରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ବିଦ୍ୱାନ୍ ଯୋଗଦେଇ ସେମାନଙ୍କ ସନ୍ଦର୍ଭମାନ ଉପସ୍ଥାନ କରିଥିଲେ ।

ଦିନ ଦୁଇଟାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଅଧିବେଶନରେ ଦିଲ୍ଲୀ, ଗୁଜୁରାଟ, ବାଙ୍ଗାଲୋର ପ୍ରଭୃତି ସ୍ଥାନରୁ ପ୍ରସନ୍ନ କୁମାର ଦାଶ, ଦେବେନ୍ଦ୍ର କୁମାର ରାଉତ, ଡକ୍ଟର ବିନୟ କୁମାର ପଟ୍ଟନାୟକ ପ୍ରମୁଖ ବିଦ୍ୱାନମାନେ ଅନଲାଇନରେ ସେମାନଙ୍କ ବକ୍ତବ୍ୟ ଦେଇଥିଲେ । ଏଇ ଅଧିବେସନରେ ସୁଇଡେନରୁ ଶିକ୍ଷାବିତ୍ ପ୍ରଫେସର ଆଦିତ୍ୟ ପ୍ରସାଦ ପରିଡା, ୱଲବ୍ରହ୍ମଟନ୍ ୟୁନିଭର୍ସିଟିରୁ ୟୁକେରୁ ଡାକ୍ତର ନୀଳମାଧବ କର, ଟରାଂଟୋରୁ ବିଶିଷ୍ଟ ଶିକ୍ଷାବିତ୍ ପ୍ରଭୁଚରଣ ଭୂୟାଁ, ଲଣ୍ଡନ ହାଥ୍ରୋରୁ ସୋନାଲି ମିଶ୍ର, ବଙ୍କିମ୍ମହାସାୟାରରୁ ଡକ୍ଟର ଜୟଶ୍ରୀ ନନ୍ଦ, ହିନ୍ଦୀ ବିଶ୍ୱବିଦ୍ୟାଳୟ, କଲିକତାର କୁଳପତି ଡକ୍ଟର ନନ୍ଦିନୀ ସାହୁ, ଆଇଆଇଟି ଖଡଗପୁରର ପ୍ରାକ୍ତନ ନିର୍ଦେଶକ ଡକ୍ଟର ଦାମୋଦର ଆଚାର୍ଯ୍ୟ, କେରଳର ପ୍ରଖ୍ୟାତ ଭାଷାବିତ୍ ବି.ଏନ୍ ପଟ୍ଟନାୟକ, ଅନ୍ୟତମ ଭାଷାବିତ୍ ପ୍ରମୁଖ ବିଶିଷ୍ଟ ବିଦ୍ୱାନ୍ ସମ୍ପାନରେ ନିଜନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଏଫ୍ଏମ୍ ବିଶ୍ୱବିଦ୍ୟାଳୟ, କିସ୍ ମାନିତ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ସୋଆ ବିଶ୍ୱବିଦ୍ୟାଳୟ, କିଟ୍ ବିଶ୍ୱବିଦ୍ୟାଳୟ, ବିର୍ଲା ବିଶ୍ୱବିଦ୍ୟାଳୟ, ବାରିପଦା ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଆଂଚଳିକ କେନ୍ଦ୍ରୀୟ ଭାଷା ଗବେଷଣା କେନ୍ଦ୍ର ବିର୍ଲା ଗ୍ଲୋବାଲ୍ ୟୁନିଭରସିଟି, ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରଭୃତି ଓଡ଼ିଶାର ପ୍ରାୟ ସମସ୍ତ ବିଶ୍ୱବିଦ୍ୟାଳୟରୁ ଗବେଷକ ଗବେଷିକାମାନେ ଏହାସହିତ ସଂଯୁକ୍ତ ହୋଇଥିଲେ ।

ଡକ୍ଟର ଧରଣୀଧର ନାଥ, ଡକ୍ଟର ଗୋ÷ରାଙ୍ଗ ଚରଣ ଦାଶ, ଡକ୍ଟର ଜୟନ୍ତ କରଶର୍ମା, ଡକ୍ଟର ଜ୍ଞାନରଂଜନ ମିଶ୍ର, ଡକ୍ଟର ସଂଜିତା ମିଶ୍ର, ଡକ୍ଟର ପ୍ରଭୁଚରଣ ମହାନ୍ତି, ଡକ୍ଟର ରାଜେନ୍ଦ୍ର ପାଢ଼ୀ, ବିଜୟ କୁମାର ମିଶ୍ର, ସଂଜୟ କୁମାର ବାଗ, ଡକ୍ଟର ଗୋପାଳକୃଷ୍ଣ ଆଚାର୍ଯ୍ୟ , ହେନେରିଟାମାଶ୍ର, ଜ୍ୟୋସ୍ନାରାଣୀ କର, ସରୋଜିନୀ ପାଣି, ରଶ୍ମିତା ତ୍ରିପାଠୀ, ସୁଜ୍ଞାନୀ ସିଂ, ବବୃବାହନ ମହାପାତ୍ର, କୁଳମଣି ଓଝା, ପ୍ରମୁଖ ବିଗିନ୍ନ ସମାନ୍ତରାଳ ଆଲୋଚନାଚକ୍ରରେ ବକ୍ତବ୍ୟ ରଖିଥିଲେ । ନବାଗତ ଗବେଷକ ମାନଙ୍କୁ ଏଥିରେ ବିଶେଷ ସୁଯୋଗ ଦିଆ ଯାଇଥିଲା । ମିଶ୍ରଶାଳର ସଭାପତି ତଥା ପୂର୍ବତନ ଆୟକର ମୁଖ୍ୟ ଆୟୁକ୍ତ ଶ୍ରୀଯୁକ୍ତ ଶରତ କୁମାର ଦାଶ, ଡକ୍ଟର ଜୟନ୍ତ କରଶର୍ମା, ନଟବର ଶତପଥୀ, ପ୍ରଭୁଚରଣ ମହାନ୍ତି ପ୍ରମୁଖ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ସଂଜୟ କୁମାର ଛୁଆଳସିଂହ, ସମ୍ପାନର ନିର୍ଦେଶକ ତଥା ବିଶିଷ୍ଟ ଭାଷାବିତ୍ ଓ ଶିିକ୍ଷାବିତ୍ ପ୍ରଫେସର ଡକ୍ଟର ନଟବର ଶତପଥୀ, ଡକ୍ଟର ଧରଣୀଧର ନାଥ, ପ୍ରମୁଖ । ଏଇ ଅବସରରେ ସମ୍ପାନର ବିଷୟବସ୍ତୁର ସାରାଂଶକୁ ନେଇ ପ୍ରସ୍ତୁତ “ସମ୍ପାନଲିପି’ ଉନ୍ମୋଚିତ କରାଯାଇଥିଲା । ଆଲୋଚନାଚକ୍ରର ମୁଖ୍ୟ ଆକର୍ଷଣ ଥିଲା ଲୁପ୍ତପ୍ରାୟ ଲୋକସଂସ୍କୃତିର ବାର୍ତାବହ ମିଶ୍ରଶାଳ ଦ୍ୱାରା ପ୍ରଦର୍ଶିତ ଶତାଧିକ ପାରମ୍ପରିକ ଲୋକୋପକରଣ । ଯାହା ଆମନ୍ତ୍ରିତ ଅତିଥି ଓ ବିଦ୍ୱାନ୍ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସର୍ବଶେଷରେ ଡକ୍ଟର ଦେବେନ୍ଦ୍ର ବେହେରା ଧନ୍ୟାବାଦ ଅର୍ପଣ କରିଥିଲେ । ପ୍ରତ୍ୟେକ ନବାଗତଙ୍କ ଭିତରେ ମିଶ୍ରଶାଳ ପ୍ରତି ଆକର୍ଷଣ ବୃଦ୍ଧି ପାଇଥିଲା ।

Leave a Reply

Your email address will not be published. Required fields are marked *