ଇଣ୍ଟର ଷ୍ଟେଟ ସର୍ବ ଭାରତୀୟ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜୁନାଗଡ଼, ୦୯/୧୧/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ) -ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ସ୍ଥିତ ନିଉ ରେଡଷ୍ଟାର ସ୍ପୋର୍ଟ୍ସ କ୍ଲବ ଅଫିସ ପରିସରରେ ଆସନ୍ତା ଡ଼ିସେମ୍ବର ୧୦ ତାରିଖ ଠାରୁ ସର୍ବ ଭାରତୀୟ ଇଣ୍ଟର ଷ୍ଟେଟ ଟୁର୍ନାମେଣ୍ଟ ଆରମ୍ଭ କରିବା ପାଇଁ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି । କ୍ଲବ ସଭାପତି ହିମାଂଶୁ ଶେଖର ବରାଡ଼ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ବିଶାଖାପାଟଣା, ରାୟପୁର, ରାଞ୍ଚି ତଥା ଓଡିଶା ର ବଛା ବଛା କ୍ରିକେଟ କ୍ଲବ ଙ୍କୁ ନେଇ ଦିବା ରାତ୍ର ସହ ଡ଼ିଉଜ ବଲ ଟର୍ଵ ଉଇକେଟ ୩୦/୩୦ ଓଭର ଧଳା ବଲ କଲର ଡ୍ରେସ ଦିନିକିଆ ମ୍ୟାଚ କରିବା ପାଇଁ ନିଷ୍ପତି କରାଯାଇଛି । ଏହି ସଭା ରେ ଉପସଭାପତି ସରୋଜ ପଣ୍ଡା, ଚିଫ ଏକଜିକୁଟିଭ ସମୀର ସାହୁ, ସମ୍ପାଦକ କାଳିନ୍ଦ୍ରି ପାଣିଗ୍ରାହୀ, ଉପସଭାପତି ସୁଧାଂଶୁ ବରାଡ଼, ମାନସ ସାହୁ, ସନ୍ଦୀପ ସାହୁ, ରାକେଶ ବେମାଲ ବିଶ୍ୱ ସାହୁ, ରମଣୀ ପଣ୍ଡା, ସୁଜିତ ପଣ୍ଡା, ପପୁ ପଣ୍ଡା ଜଗା ମହାନ୍ତି, କାଳିଆ କନ୍ଦପନ, ନୀତିଶ ମହାପାତ୍ର ସୁରେଶ ବାଗ, ତୁଷାର ମହାନ୍ତି, ପରେଶ ପଣ୍ଡା,ଜିତୁ ନାୟକ,ଡମ୍ବରୁ ନାଗ, ପ୍ରମୁଖ ଉପସ୍ଥିତ ଥିଲେ । ଟୁର୍ନାମେଣ୍ଟ କୁ ସଫଳ କରିବା ପାଇଁ ନିଉ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ତରଫରୁ ସମସ୍ତ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି । ଶେଷରେ କୋଷାଧ୍ୟକ୍ଷ ଦିଲୀପ କୁମାର ପଣ୍ଡା ସମସ୍ତ ଙ୍କୁ ଧନ୍ୟବାଦ ଜଣାଇ ଥିଲେ ।

Leave a Reply

Your email address will not be published. Required fields are marked *