ଅଲେଖ ଧର୍ମର ୧୫୦ ତମ ବାଲ୍ୟଲୀଳା ମହୋତ୍ସବ-୨୦୨୬,ବଡ଼ଆଗୁଳ ଠାରେ ଅନୁଷ୍ଠିତ।

ଗଞ୍ଜାମ, ୦୨/୦୩/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶାର ସର୍ବଧର୍ମ ପର୍ବ ପର୍ବାଣୀ ମଧ୍ୟରୁ ଶୂନ୍ୟ ବସି ଅଲେଖ ପରମବ୍ରହ୍ମ ମହିମା ଅନାଦି ଧର୍ମର ପର୍ବ ହେଉଛି ସର୍ବ ପ୍ରଥମ ପର୍ବ।ଏହା ଦକ୍ଷିଣ ଓଡ଼ିଶାର ଏକ ମହାନ ପର୍ବ ଭାବେ ଗ୍ରାମେ ଗ୍ରାମେ ଅଲେଖ ଟୁଙ୍ଗିମାନ ସ୍ଥାପନ କରି କସ କୌପୀନ ତଥା ଗଛର ବକଳକୁ ବସ୍ତ୍ର ରୂପେ ସଂଗ୍ରହ କରି ଧର୍ମାବଲମ୍ବି ବାବାମାନେ ପରିଧାନ କରୁଥିଲେ।ସନ୍ଧ୍ୟା ପୂର୍ବରୁ ପକତ୍ୟାଗ କରି ଶୂନ୍ୟ ବାସୀଙ୍କୁ ପ୍ରତିଦିନ ପ୍ରାତଃ ଓ ସାୟମ କାଳରେ ବ୍ୟାୟାମ ମାଧ୍ୟମରେ ଅଧ ଘଣ୍ଟାରୁ ଏକ ଘଣ୍ଟା ଯାଏ ସୂର୍ୟ୍ୟାସ୍ତ ଓ ସୂର୍ୟ୍ୟୋଦୟ ପୂର୍ବରୁ ଧ୍ୟାନ ଯୋଗକରି ସୃଷ୍ଠିର କଲ୍ୟାଣ ଚିନ୍ତା କରୁଥିଲେ।


ପ୍ରକାଶ ଥାଉକି କେଉ ଆବାହ ମାନକଳରୁ ଗଞ୍ଜାମ ଜିଲ୍ଲା ବଡ଼ଆଗୁଳ ଗ୍ରାମର କିଛି ମହିମା ଧର୍ମାବଲମ୍ବୀ ମାନଙ୍କୁ ନେଇ ଯୋରନ୍ଦା ଗାଦିରୁ ପୂରବାବା ଆସି ବଡ଼ଆଗୁଳ ଗ୍ରାମଠାରେ ଚାଟଶାଳୀ ତଥା ଆଜିର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ମହିମା ଗାଦି ସ୍ଥାପନକରି ଗ୍ରାମ ପୂର୍ବ ଦିଗରେ ମହିମା ଟୁଙ୍ଗି ସ୍ଥାପନ କରିଥିଲେ।ଗ୍ରାମର ପୂର୍ବ ପୁରୁଷ ତଥା ବିର ପ୍ରଧାନ,ସଦାନନ୍ଦ ଗୌଡ଼, ଭେବନି କର୍ୟି, କୃର୍ତିବସ ପଟ୍ଟନାୟକ,ଭୁଁୟା ନାହକ,ଚତୁର ସାହୁ, ମାଘା ସ୍ୱାଇଁ,ଭୀମ ସ୍ୱାଇଁ,ଗୋବିନ୍ଦ ଗୌଡ଼,ହରି କରଣ,ମାତା ମା,ଦଣ୍ଡିଆ ନାହାକ, ମନକର ଗୌଡ଼,ଦଣ୍ଡପାଣି ଡାକୁଆ,ବିଜୁଳି ଗୌଡ଼,ଲକ୍ଷ୍ମଣ ଗୌଡ଼,ଗୌର ପଟ୍ଟନାୟକ,ଅନ୍ତରା ଗୌଡ଼,ଚନ୍ଦ୍ରମଣି ଗୌଡ଼,ଅନାଦି ଗୌଡ଼,ପ୍ରମୁଖ ଏମାନଙ୍କୁ ଧର୍ମାବଲମ୍ବୀ କରି ଅଲେଖ ମହିମାଙ୍କୁ ସ୍ମରଣ କାରାଇଥିଲେ।ତାହା ଆଜି ପୁରୁଷାନୁକ୍ରମେ ଗ୍ରାମରେ ପ୍ରଚଳିତ ହୋଇ ଆଜିର ତିଥି ଫାଲଗୁନ ଶୁକ୍ଲଚତୁର୍ଦ୍ଦଶୀରେ ୧୫୦ ତମ ବାଲ୍ୟଲୀଳା ମହୋତ୍ସବ-୨୦୨୬ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି।

ଏହାକୁ କ୍ରମାଗତ ଭାବେ ଅଲେଖ ଟୁଙ୍ଗୀର ଅମୁଣିଆ ମଣ୍ଡପରେ ପ୍ରତି ମାସର ଶୁକ୍ଳ ଚତୁର୍ଦ୍ଧଶିରେ ବର୍ତ୍ତମାନର ଭକ୍ତମାନଙ୍କୁ ନେଇ ବାଲ୍ୟଲୀଳା ହୋଇ ଆସୁଅଛି।ଆଜି ତାହାର ବାର୍ଷିକ ଉତ୍ସବ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ବାଲ୍ୟଲୀଳା ତୋଟା ସ୍ବର୍ଗତ ନିରଞ୍ଜନ ଗୌଡ଼ଙ୍କ ଆପ୍ରାଣ ଉଦ୍ୟମରେ ଗ୍ରାମବାସୀ ତଥା ମନ୍ଦିର କମିଟି ବୃନ୍ଦ,ରାମେଶ୍ବର ନାଟ୍ୟ କଳା ସଂସଦର କର୍ମକର୍ତ୍ତା,ଗ୍ରାମର ଯୁବକ ସଂଘ,ପଞ୍ଚାୟତରସରପଞ୍ଚ,ସମିତିସଭ୍ୟ,ୱାର୍ଡ ସଭ୍ୟ, ସ୍ଵଂୟ ସହାୟକ ଗୋଷ୍ଠୀ ଓ ଗ୍ରାମର ଆବଳ ବୃଦ୍ଧ ବନିତାଙ୍କୁ ନେଇ ଏ ଅଞ୍ଚଳର ମୁଖ୍ୟ ପର୍ବ ଭାବେ ବହୁ ଆଡ଼ମ୍ବରରେ ହୋଇ ଆସୁଅଛି।

ପ୍ରଥମେ ପୁରବାବା ଅନୁଷ୍ଠାନକୁ ପ୍ରତିଷ୍ଠା କରିବା ପରେ ପରେ ଯୋରନ୍ଦା ଗାଦିରୁ ଆସି ବକଳ ଧାରି ଏବଂ କୌପିନି ଧାରୀ ମିଳିତ ଆନୁକୁଲ୍ୟରେ କ୍ରମାଗତ ଭାବେ ମଧୁବାବା,ଭୀମ ବାବା,ଧ୍ରୁବାନନ୍ଦ ବାବା ସମେତ ବର୍ତ୍ତମାନ ୨୦୧୨ ମସିହା ଠାରୁ ପରମେଶ୍ବର ବାବାଙ୍କ ନେତୃତ୍ୱରେ ଏଯାବତ୍ ବାଲ୍ୟଲୀଳା ମହୋତ୍ସବ ଧୁମ୍ ଧାମରେ ପ୍ରଚଳିତ ହୋଇ ଆସୁଅଛି। ବାଲ୍ୟଲୀଳାରେ ଭରଣ ଭରଣ ଲିଆ, ଦୋଭୂଜା,ଚୁଡ଼ା,କଦଳୀ,ନଡ଼ିଆ,ଦହି,କ୍ଷୀର,ମହୁ, ଗୁଆଘିଅ ପ୍ରତ୍ୟେକ ସ୍ୱାଦିଷ୍ଠ ଖାଦ୍ୟକୁ ନେଇ ଚକଟା ତୋଟା ମଧ୍ୟରେ ଏକ ବିଶାଳକାୟ ଅସ୍ଥାୟୀ କୁଣ୍ଡ ନିର୍ମିତ କରି ଦିନ ତମାମ ଗ୍ରାମ ବାସୀଙ୍କ ଉଦ୍ୟମରେ ଚକଟା ପ୍ରସ୍ତୁତ କରି ଆଖପାଖ ଅଞ୍ଚଳରେ ହଜାର ହଜାର ଭକ୍ତମାନଙ୍କୁ କେବଳ ପଦ୍ମପତ୍ରରେ ପ୍ରସାଦ ପ୍ରଦାନ କରାଯାଏ।

ଅପରାହ୍ନ ଚାରି ଘଣ୍ଟିକା ଠାରୁ ଛଅ ଘଣ୍ଟା ମଧ୍ୟରେ ଶଗଡ଼ ଶଗଡ଼ ପ୍ରସାଦ ବଡ଼ ବଡ଼ ପିତଳ ହଣ୍ଡା,ମାଟି ହାଣ୍ଡି ମାଧ୍ୟମରେ ହତା ହତା ପ୍ରସାଦ ଶୃଙ୍ଖଳାର ସହିତ ବଣ୍ଟନ କରାଯାଏ।ମାନସିକ ଭକ୍ତମାନେ ମଧ୍ୟ ଏଠାକୁ ଆସି ଛୁଆ ମାନଙ୍କୁ ମୁଣ୍ଡନ କରିଥାନ୍ତି।ରାତ୍ର ସାରା ଅଲେଖ ଟୁଙ୍ଗୀଠାରେ ପରମେଶ୍ବର ବାବାଙ୍କ ନେତୃତ୍ୱରେ ସୁମନ ବାବା,ପ୍ରଦୀପ ବାବା,ଖଗେଶ୍ବର ବାବା ଏବଂ ବଡ଼ଆଗୁଳର ଭକ୍ତ ଭାଇମାନଙ୍କୁ ନେଇ ଅଖଣ୍ଡ ବ୍ରହ୍ମ ଯଜ୍ଞ ତଥା ହୁମ ଦ୍ଵାରା କେଜି କେଜି ଗୁଆ ଘିଅରେ ଯଜ୍ଞ କରି ଭକ୍ତମାନଙ୍କ ଉପସ୍ଥିତିରେ ଗ୍ରାମର ତଥା ସୃଷ୍ଟିର ଶୁଭକାମନା କରନ୍ତି।ରତ୍ରର ପ୍ରତ୍ୟେକ ପ୍ରହରରେ ଗ୍ରାମ ତଥା ନଗର ପରିଭ୍ରମଣ ଘଣ୍ଟ ତାଳ ଭଜନ ଧ୍ୱନିରେ ପ୍ରକମ୍ପିତ କରି କାର୍ୟ୍ୟକ୍ରମକୁ ସୁପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *