ସେମିଫାଇନାଲ ମ୍ୟାଚ୍
କେନ୍ଦ୍ରାପଡ଼ା, ୨୨/୦୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ଫକିରାବାଦ୍ ଆଜାଦ୍ କ୍ଲବ ପକ୍ଷରୁ ଅନୁଷ୍ଠିତ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମ୍ୟାଚ୍ କୁ ଉଦଘାଟନ କରିଥିଲେ ।
ସମ୍ମାନୀତ ଅତିଥି ଭାବେ କୃଷକ ସଂଘର ରାଜ୍ୟ ଯୁବ ସଭାପତି ମନୱାର ଅଲ୍ଲୀ, ନରେଶ ସୂର୍ଯ୍ୟ କ୍ଲାସିକ ଗୋଲ୍ଡ ମେଡାଲିଷ୍ଟ ସ୍ମୃତିରଞ୍ଜନ ସାମଲ, କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ, ବରିଷ୍ଠ ଉପଦେଷ୍ଟା ସୟଦ ଅବଦୁଲ ସତାର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପ୍ରଥମ ସେମିଫାଇନାଲ ମ୍ୟାଚରେ କଟକର ଟାର୍ଜନ କ୍ଲବ କେନ୍ଦ୍ରାପଡାର ଚାନ୍ଦ କ୍ଲବକୁ ୫-୪ ଟ୍ରାଇବ୍ରେକର ରେ ହରାଇ ଫାଇନାଲରେ ପ୍ରବେଶ କରିଛି । ଦ୍ୱିତୀୟ ସେମିଫାଇନାଲ ମ୍ୟାଚ କେନ୍ଦ୍ରାପଡାର ଲେବର ସ୍ପୋର୍ଟିଂ କ୍ଲବ ଓ ଫୁଲବାଣୀର ଜେଡି କ୍ଲବ ମଧ୍ୟରେ ଅନୁଷ୍ଠିତ ହେଉଛି । ରବିବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।
ଶୁକ୍ରବାର ଦ୍ୱିତୀୟାର୍ଦ୍ଧରେ ଅନୁଷ୍ଠିତ ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚରେ ଅତିଥି ଭାବେ ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ରୋସ୍ନା ସାହୁ ଓ ପୂର୍ବତନ କାଉନସିଲର ମୁକ୍ତାର ଖାଁ ପ୍ରମୁଖ ମଂଚାସୀନ ଥିଲେ । କ୍ଲବର ସମ୍ପାଦକ ସେକ ଲିୟାକତ ଅଲ୍ଲୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପସଭାପତି ମୀର ବକ୍କାଉଲ୍ଲା ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ମ୍ୟାଚକୁ ସୁହାନୀ ରାଜପୁତ୍, ପରମିତା ଘୋଷ, ସୋମା ମୁର୍ମୁ ଓ ଦେବଜାନୀ ମଣ୍ଡଳ ପ୍ରମୁଖ ରେଫରୀ ଭାବରେ ପରିଚାଳନା କରିଥିଲେ ।
ସହସମ୍ପାଦକ ସେକ ସଇଫୁଲ୍ଲା ଓ ସେକ ସିରହାନ ଅଲ୍ଲୀ, ଉପଦେଷ୍ଟା ଟିକା ଖାନ୍,ମୀର ଖୁବେର, ଜାହିଦ୍ ଖାନ୍, ଜୁମା ଖାନ୍, ମୀର ୟାସିର, ଅବଦୁଲ ମଲ୍ଲିକ, ମହମ୍ମଦ ଜାକିର, ସେକ ଅକ୍ତର, କଲିମ ଖାନ୍, ନୁରୁଲ ହକ୍, ମୀର ଫାରୁକ୍, ବସ ଖାନ୍, ସୟଦ ଅହେସାନ ଅଲ୍ଲୀ, ଅବଦୁଲ ମଜିଦ, ସେକ କମିଲ, ପ୍ରଦୀପ କୁମାର ବେହେରା, ସେକ ୱାସିମ, ସେକ କମିଲ, ସାଜେଦୁର ରହେମାନ, ଖାଜା ରମଜାନୀ, ଅସିଫ ଖାନ୍, ସେକ ପରୱେଜ ଅକ୍ତର, ସେକ ଅମୀର ଅହମ୍ମଦ, ଫୁରକାନ ଖାନ, ମହମ୍ମଦ ଅମୀର, ନଫିସ ଅହେମ୍ମଦ, ନୁର ଖାନ୍, ଅଝାରୁଦ୍ଧିନ ଖାଁ, ସେକ ନସିରୁଦ୍ଧିନ୍, ରହେମତ ଖାନ୍, ଲାଲାବାବୁ, ସେକ ଫରହାନ୍, ମୁନା ଖାନ୍, ବାବା ଖାନ୍, ଅସିଫ୍ ଖାନ୍, ଅହେମ୍ମଦ ଖାନ୍, ରାଜୁ ଖାନ, ଅଦିବ ଖାନ, ଉସମାନ ଖାନ, ସଫିଉର ରହେମାନ, ସାହାବାଜ୍, ସେକ ଗୁଡୁ, ରାକେଶ ମହାପାତ୍ର, ଆୱାସ, ୱାସିମ୍, ମେହେବୁବ୍ ଅଲ୍ଲୀ, ଫାୟାଜ୍, ଅଲି ଖାନ, ଜସ୍ମିନ୍, ତାଜ ମହମ୍ମଦ, ଇସମାଇଲ, ରିଙ୍କୁ, କରନ, ମୋଜୋ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।