ମଣ୍ଡଳଶିକ୍ଷାଧିକାରୀ କାର୍ୟ୍ୟାଳୟ ବରିଷ୍ଠ କିରାଣିଙ୍କୁ ଅବସର ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା,୨୮/୦୨/୨୦୨୬ (ଓଡ଼ିଶା ସମାଚାର)- ଡେରାବିଶ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟର ବରିଷ୍ଠ କିରାଣି ଦିଲ୍ଲୀପ କୁମାର ସାମଲଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ମଣ୍ଡଳଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଠାକୁରପାଟଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।

ବରିଷ୍ଠ କିରାଣୀ ଶ୍ରୀ ସାମଲ ପ୍ରଥମେ ରତ୍ନାକର ଉଚ୍ଚ ବିଦ୍ୟାଳୟରେ କିରାଣି ଭାବେ ଚାକିରୀ ଜୀବନ ଆରମ୍ଭ କରିଥିବା ବେଳେ ପରେ ଜିଲା ଶିକ୍ଷା ଅଧିକାରୀ କାର୍ୟ୍ୟାଳୟ, ମହାକାଳପଡ଼ା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟରେ କାର୍ୟ୍ୟ କରି ବରିଷ୍ଠ ସହାୟକ ଭାବେ ପଦୋନ୍ନତି ପାଇ ଶେଷରେ ଡେରାବିଶ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟରେ କାର୍ୟ୍ୟ କରି ସୁନାମ ଅର୍ଜନ କରିଥିଲେ ।

ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଇଓ ଶ୍ରୀକାନ୍ତ ବେହେରା ଏବଂ ଅତିଥି ଭାବେ ଏବିଇଓ ଖଗେଶ୍ୱର ନାୟକ, ଶଶିକାନ୍ତ ମିଶ୍ର, ଦେବଦ ଶତପଥୀ ଏବଂ ଡିଇଓ ଅଫିସ ପୂର୍ବତନ ବରିଷ୍ଠ ସହାୟକ ରାଜକିଶୋର ଲେଙ୍କା, ମହିମା ପ୍ରକାଶ ଭୂୟାଁ ଓ ଆଇନ୍ଜୀବୀ ବିଶ୍ୱଜିତ୍ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ବନମାଳୀ ନାୟକ, ରମେଶ ରାଉତ, ଜୟନ୍ତ କୁମାର ପ୍ରଧାନ, ସଞ୍ଜୟ ନାୟକ, ସୁଧୀର କୁମାର ନାୟକ, ନୃସିଂହ ଚରଣ ଜେନା, ଜୟନ୍ତ ସ୍ୱାଇଁ, ବିନୋଦ ବିହାରୀ ସାହୁ, ସଚ୍ଚିକାନ୍ତ ବିଶ୍ୱାଳ, ସୁବାସ ପଣ୍ଡା, ତପନ କୁମାର ପରିଡ଼ା, ତ୍ରିଲୋଚିନ ମଲ୍ଲିକ, ଅୟଶକାନ୍ତ ରାଉତ, ବିଜୟ କୁମାର ସାମଲ, ପ୍ରମୋଦ କୁମାର ମଲ୍ଲ, ନାରାୟଣ ବାରିକ, ନିରଞ୍ଜନ ବାରିକ, ଅବିନାଶ ତ୍ରିପାଠୀଙ୍କ ସମେତ ଡିଇଓ ଅଫିସର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *