ହେପାଟାଇଟିସ ବି ଓ  ସି ର ଚିହ୍ନଟ ଶିବିର

ଜଗତସିଂହପୁର,୨୭/୦୨/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ଜାତୀୟ ସ୍ଵାସ୍ଥ୍ୟ ମିଶନ ( ଏନ. ଭି. ଏଚ. ସି. ପି ) ଜଗତସିଂହପୁର ତରଫରୁ,  ତା- ୨୭   – ୦୨ – ୨୦୨୬  ରିଖ  ଦିନ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ମଣିଜଙ୍ଗା ର ସହଯୋଗ ରେ କେଉଟ ସାହି , କ୍ରିଷ୍ଣାନନ୍ଦପୁର ଠାରେ ଏକ ହେପାଟାଇଟିସ ବି ଓ  ସି ର ଚିହ୍ନଟ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲା ଜନସ୍ୱାସ୍ଥ୍ୟ ପରୀକ୍ଷାଗାର (ଜିଲ୍ଲା ମୁଖ୍ୟ ଚି଼କିତ୍ସାଳୟ) ଜଗତସିଂହପୁର ର  ମାଇକ୍ରୋ ବାୟୋଲୋଜିଷ୍ଟ,ଲ୍ୟାବ-ଟେକନିସିଆନ୍ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସେଠାରେ  କାମ କରୁଥିବା ୮୪  ଜଣ ଉଚ୍ଚ ବିପଦ ପୁର୍ଣ୍ଣ ଗୋଷ୍ଠୀ ଲୋକ ମାନଙ୍କର ରକ୍ତ ନମୁନା ସଂଗ୍ରହ କରିଥିଲେ ଏବଂ ପରେ ପରବର୍ତ୍ତୀ ପରୀକ୍ଷା ରୁ ୮୪  ଟି ଯାକ ରକ୍ତନମୁନା ର ନେଗେଟିଭ ଫଳାଫଳ ପ୍ରାପ୍ତ ହୋଇଥିଲା।

 

Leave a Reply

Your email address will not be published. Required fields are marked *