ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଶିଵିର 

ଖୋର୍ଦ୍ଧା,୨୯/୧୧/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ଟାଙ୍ଗୀ ବ୍ଲକ ନିରାକାରପୁର ସ୍ଥିତ କ୍ଷେତ୍ରବାସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ବିଜ୍ଞାନ ମେଳା ପ୍ରଦର୍ଶନ ଶିବିର ଅନୁଷ୍ଠିତ ହୋଇଯାଇଛି। ଟାଙ୍ଗୀ ବ୍ଲକ ର ପ୍ରାୟ ପ୍ରତ୍ୟେକ ପଞ୍ଚାୟତ ର ବିଭିନ୍ନ ଶିକ୍ଷାନୁଷ୍ଠାନ ରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରୋଜେକ୍ଟ ମାଧ୍ୟମରେ ଅତିଥି ମାନଙ୍କୁ ପ୍ରଦର୍ଶନ କରିବାସହ ବିଜ୍ଞାନର ଉପକାରୀତା ଉପରେ ଅତିଥି ମାନଙ୍କୁ ବୁଝାଇଥିଲେ। ଏହି ଅବସରରେ  ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ପରିଚାଳନା ସମିତିର ସଭାପତି ଡ଼ଃ ସଂଜୟ କୁମାର ମହାପାତ୍ର ଅତିଥି ରୂପେ ଯୋଗଦେଇ ବିଜ୍ଞାନ ଶିବିର କୁ ଫିତା କାଟି ଉଦଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ସଭାପତିତ୍ୱ କରିଥିଲେ ଟାଙ୍ଗୀ ବ୍ଲକ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ବ୍ରତତୀ ମିଶ୍ର। ଅନ୍ୟତମ ସମ୍ମାନୀତ ଅତିଥି ଭାବେ ୧୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟା ସିଂହ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କ ଠାରୁ ସମସ୍ତ ପ୍ରୋଜେକ୍ଟ ଵିଷୟରେ ବୁଝିଥିଲେ ।

Leave a Reply

Your email address will not be published. Required fields are marked *