ବିଦ୍ୟାଳୟରେ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଯାଜପୁର, ୧୯/୦୨/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲା ପ୍ରଶାସନ ଓ ରୁଚିକା ସମାଜ ମଙ୍ଗଳ ସଂଗଠନ ମିଳିତ ସହଯୋଗରେ ହରିସାମନ୍ତ ଉଚ୍ଚ ବିଦ୍ୟାଳୟରେ ଶିଶୁ ମାନଙ୍କର ଯୌନ ସୁରକ୍ଷା ନିମନ୍ତେ ସଚେତନତା କାର୍ଯକ୍ରମ ଆରମ୍ଭ ହୋଇଛି। ଆଜିକାଲି ଯୌନ ଅପରାଧ ଓ କିଶୋରୀ ମାତୃତ୍ଵ ବଢ଼ିବାରେ ଲାଗିଛି। ଏସବୁକୁ ନିୟନ୍ତ୍ରଣ କରିବା ସହ ଶିଶୁମାନେ କିପରି ସୁରକ୍ଷା ବଳୟ ଭିତରେ ରହିପାରିବେ, ସେହି ପରୀପ୍ରେକ୍ଷୀରେରେ କାର୍ଯକ୍ରମ ଟି ଅନୁଷ୍ଠିତ ହୋଇଛି। ପ୍ରଥମେ ଜିଲ୍ଲା ସଂଯୋଜିକା ଶୁଭସ୍ମିତା ମହାନ୍ତି ସ୍ବାଗତ ଜଣାଇବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ କହିଥିଲେ।

ଶିଶୁ ସୁରକ୍ଷା ସମିତିର ସଦସ୍ୟ ତପନ କୁମାର ପାତ୍ର ଶିଶୁ ଅଧିକାର ଓ ନିରାପତ୍ତା ବିଷୟରେ ଆଲୋକପାତ କରିଥିଲେ। ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷା ରେକ୍ସୋନା ଜେନା କିଶୋରୀ ମାତୃତ୍ୱର ପ୍ରଭାବ କିପରି ପଡୁଛି, ସ୍ବାସ୍ଥ୍ୟ, ଶିକ୍ଷା, ସାମାଜିକ କ୍ଷେତ୍ରରେ କଣ ସମସ୍ୟା ସୃଷ୍ଟି ହେଉଛି, ସେ ସବୁ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏହି ପରୀପ୍ରେକ୍ଷୀରେ ଓକିଲ ପାର୍ଥ ସାରଥୀ ରାୟ ଶିଶୁ ଯୌନ ଅପରାଧ ଓ ଏହା ସମ୍ବନ୍ଧୀୟ ଆଇନ୍ ବ୍ୟବସ୍ଥା ସମ୍ପର୍କରେ ଉଦାହରଣ ଦେଇ ଆଲୋଚନା କରିଥିଲେ। ପରେ ରୁଚିକା ସମାଜ ମଙ୍ଗଳ ସଂଗଠନର ଜିଲ୍ଲା ସଂଯୋଜିକା ଶୁଭସ୍ମିତା ମହାନ୍ତି କିପରି ଖେଳ ଓ ଚିତ୍ର ମାଧ୍ୟମରେ ଆମେ ପିଲାମାନଙ୍କୁ କାଉନସେଲିଂ କରି ସେମାନଙ୍କ ଉପରେ ଘଟୁଥିବା ସମସ୍ୟାଗୁଡ଼ିକୁ ଚିହ୍ନଟ କରି ପାରିବା, ସେ ସବୁ ଉପରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପିଲାମାନଙ୍କ ସହ ଆଲୋଚନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୫୦ ରୁ ଅଧିକ ଜଣ ଅଂଶୀଦାର ଯୋଗ ଦେଇଥିଲେ। ପରିଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଗୀତାରାଣୀ ସାମଲ ଏହି ସଚେତନତା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସବୁବେଳେ ଏହି ଭଳି କାର୍ଯ୍ୟକ୍ରମ ସ୍ବାଗତ ଯୋଗ୍ୟ ବୋଲି କହିଥିଲେ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷା ଶ୍ରୀମତି ରେକ୍ସୋନା ଜେନା, ଓକିଲ ପାର୍ଥ ସାରଥୀ ରାୟ, ସୁରକ୍ଷା ଅଧିକାରୀ ଶ୍ରୀ ତପନ କୁମାର ପାତ୍ର, ହରିସାମନ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୀତାରାଣୀ ସାମଲ, ରୁଚିକାର ଜିଲ୍ଲା ସଂଯୋଜିକା ଶୁଭସ୍ମିତା ମହାନ୍ତି, ଚାଇଲ୍ଡ ହେଲ୍ପ ଲାଇନର ସଦସ୍ୟ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ରୁଚିକାର ସଦସ୍ୟା ସ୍ୱର୍ଣ୍ଣମ ଋତୁପର୍ଣ୍ଣା ବଳ, ସୋନାଲି ସାହୁ , ସସ୍ମିତା ସାହୁ ଓ ଚାଈଲ୍ଡ ହେଲ୍ପ ଲାଇନର ସଦସ୍ୟମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *