ସୁନ୍ଦରଗଡ଼,୧୭/୦୨/୨୦୨୬ (ଓଡ଼ିଶା ସମାଚାର)- ରାଜଗାଙ୍ଗପୁର ସହରରେ ଅମାନିଆ ମୋଟର ସାଇକେଲ ମାଲିକଙ୍କ ବିରୁଦ୍ଧରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୧ ଟି ମୋଟର ସାଇକେଲରେ ଲାଗିଥିବା ଅତ୍ୟାଧୁନିକ ସାଲାଇନ୍ସର ଗାଡିକୁ ଜବତ କରି ୪୫, ୦ ୦ ୦ଟଙ୍କା ର ଫାଇନ ଆଦାୟ କରିଚ୍ଛି। ରାଜଗାଙ୍ଗପୁର ପୋଲିସ ଦ୍ୱାରା ବାରମ୍ବାର ଚେତାବନୀ ମିଳିବା ସତ୍ୱେ କିଛି ମୋଟର ସାଇକେଲ ମାଲିକ ନିଜ ଗାଡି ରେ ଅତ୍ୟାଧୁନିକ ସାଲାଇନ୍ସର ଦ୍ୱାରା ଶବ୍ଦ ପ୍ରଦୂଷଣ କରୁଥିବା ମାମଲା ସହରରେ ଚର୍ଚ୍ଚା ର ବିଷୟ ପାଲଟିଥିଲା ।
ଏହାକୁ ନଜରରେ ରଖି ରାଜଗାଙ୍ଗପୁର ପୋଲିସ ବିଳମ୍ବିତ ସନ୍ଧ୍ୟାରେ ଏମ ଭି ଚେକିଂ ଅଭିଯାନ କରି ଅମାନିଆ ମୋଟର ସାଇକେଲ କୁ ଧରିବାରେ ସଫଳ ହୋଇଥିଲେ । ପୋଲିସ ର ଏହିପରି କାର୍ଯ୍ୟକୁ ସହରରେ ବୁଦ୍ଧିଜୀବି ମହଲ ବେଶ ପ୍ରଶଂସା କରୁଥିବା ବେଳେ ଅମାନିଆ ଗାଡି ଚାଲାକ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି ।
