ଗତିରାଉତ ପାଟଣା ନୂତନ ରାମ ମନ୍ଦିର ପ୍ରତିଷ୍ଠା ଓ ରାମଲାଲାଙ୍କ ମନ୍ଦିର ପ୍ରବେଶ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ 

କଟକ ସଦର,୨୦/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) : କଟକ ସଦର ଅନ୍ତର୍ଗତ ଗତିରାଉତ ପାଟଣା ଠାରେ ନିର୍ମାଣ କରାଯାଇଥିବା ନୂତନ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଓ ରାମଲାଲାଙ୍କ ମନ୍ଦିର ପ୍ରବେଶ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସୋମବାର ଅକ୍ଷୟ ତୃତୀୟା ଦିବସରେ ଯୋଗ ଦେଇ ଆଶିର୍ଵାଦ ଭିକ୍ଷା କରିବା ସହିତ ରାଜ୍ୟବାସୀଙ୍କର ମଙ୍ଗଳ କାମନା କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ ଓ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବଡମ୍ବା ବିଧାୟକ ବିଜୟ ଦଳବେହେରା, ନିଆଳି ବିଧାୟକ ଛବି ମଲ୍ଲିକ,କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ସହ ଅନ୍ୟାନ୍ୟ ଅତିଥିଗଣଙ୍କୁ ମନ୍ଦିର କମିଟି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରିଚାଳନାରେ ପ୍ରଦୀପ ଦଳାଇ, ପ୍ରମୋଦ ଦଳାଇ,ନିରଜ ଲୋଚନ ବେହେରା, ରାଜକିଶୋର ରାଉତ, ଗୋବିନ୍ଦ ପରିଡ଼ା, କୁଞ୍ଜବିହାରୀ ପରିଡ଼ା, ସୁଶାନ୍ତ ରାଉତ,ଧୁଳେନ୍ଦ୍ର ସେଠୀ, ସୁଶିଲ ରାଉତ,ଅଧିର ରାଉତ,ଭଜମୋହନ ପରିଡ଼ା ଙ୍କ ସମେତ ସମସ୍ତ ଗ୍ରାମବାସୀ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *