୪୨ ମୈ।ଜାରେ ତିନିଦିନିଆ ରଜ ମହୋତ୍ସବ ଉଦଘାଟିତ 

କଟକ ସଦର , ୧୪/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୪୨ ମୈ।ଜା କଳପଡା କଦମ୍ଵେଶ୍ୱର ମନ୍ଦିର ପ୍ରାଙ୍ଗଣ ଯାତ୍ରା ପଡ଼ିଆ ଠାରେ ଆଜି ଶନିବାର ପହିଲି ରଜରେ ତିନି ଦିନିଆ ରଜ ମହୋତ୍ସବ ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ କୁମାର ନାୟକ (ଟୁଟନ) ଙ୍କ ପୃଷ୍ଠପୋଷକତାରେ ଜାକଜମକରେ ମହାସମାରୋହରେ ଉଦଘାଟିତ ହୋଇଛି।

ଉତ୍ସବ କୁ ବିଶ୍ୱ ଅଲେଖ ମହିମା ଧର୍ମର ପ୍ରଚାର ପ୍ରସାରକ ତଥା ମହିମା ଆଶ୍ରମର ସଭାପତି ସୁକଦେବ ଦାସ ବାବା ମହିମା ଅଖଣ୍ଡ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଅମ୍ବିକା ପାତ୍ର, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାହାର୍ଥା, ସରପଂଚ ସବିତା ମାଝି, ସମିତି ସଭ୍ୟା ପିଙ୍କି ଭୋଇ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ଆଜି ୟୁନିୟନର ସଭାପତି ମନୋଜ ନାୟକଙ୍କ ଶୁଭ ଜନ୍ମ ଦିନକୁ ରଜର ପାରମ୍ପରିକ ପୋଡ଼ ପିଠା କଟାଯାଇ ପାଳନ କରାଯାଇଥିଲା।

ପରିଚାଳନା ରେ ବିଜୟ ନାୟକ, ସମରେନ୍ଦ୍ର ମହାପାତ୍ର, ତ୍ରିଲୋଚନ ଦଳାଇ, ଅଭିମନ୍ୟୁ ସାହୁ, ସଂଜିବ ବିଶ୍ୱାଳ, ପ୍ରଦୀପ୍ତ ବିଶ୍ୱାଳ, ପ୍ରଶନ୍ନ ବେହେରା, ସୁନିଲ ମୁଦୁଲି,ଶରତ ରାୟ,ମିହିର ରଞ୍ଜନ ପତି, ପ୍ରକାଶ ମାଝି,ଉଦୟ ସାସମଲ, ଟୁଲୁ ପରିଡ଼ା, ଦିଲ୍ଲିପ ନାୟକ ପ୍ରମୁଖ ସହାୟତା କରିଥିଲେ।ପ୍ରତୈ।କ ଦିନ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହେବାକୁ ଥିବା ବେଳେ ତିନି ଦିନ ସଂଧ୍ୟାରେ ରାଜ୍ୟର ବହୁ ନାମୀଦାମୀ କଳାକାର ଓ କଣ୍ଠଶିଳ୍ପୀ ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *