ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ବାର୍ଷିକ କ୍ରୀଡା 

ଭୁବନ ୧୨/୦୧/୨୦୨୬ (ଓଡ଼ିଶା ସମାଚାର)-ଭୁବନ ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୧୩ ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । କ୍ରୀଡାବିତ୍ ମାନେ ଶ୍ରୀରାମ ମନ୍ଦିର ରେ ପୂଜାର୍ଚ୍ଚନା କରି ମଶାଲ ଧରି ସହର ପରିକ୍ରମା କରି ବିଦ୍ୟାଳୟରେ ପହଞ୍ଚି ଥିଲେ । ବିଦ୍ୟାଳୟ ସମ୍ପାଦକ ସମୀର କୁମାର ସାହୁ କାଳୀ ବଜାର ଠାରେ ସ୍ବାଗତ ଜଣାଇବା ସହ ସହିଦ୍ ବାଜି ରାଉତ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ବିଦ୍ୟାଳୟ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କ୍ରୀଡା ଉତ୍ସବ ରେ ପଞ୍ଜାବ ନେସନାଲ ବ୍ୟାଙ୍କ , ଭୁବନ ଶାଖା ପରିଚାଳକ ସନ୍ତୋଷ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କ୍ରୀଡା କୁ ଉଦଘାଟନ କରି ସୁସ୍ଥ ଶରୀର ପାଇଁ କ୍ରୀଡା ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ ।

ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଭୁବନ ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷକ ସାଗର ରାଉତ,ସମ୍ମାନିତ ଅତିଥି ଭାବେ ପଞ୍ଜାବ ବ୍ୟାଙ୍କ୍ କର୍ମଚାରୀ ଦୁଷ୍ମନ୍ତ ସାମଲ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ବିନୋଦିନୀ ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସ୍ଵପ୍ଲିନା ପ୍ରିୟଦର୍ଶିନୀ ବର୍ଦ୍ଧନ ଧନ୍ୟବାଦ ଅର୍ପଣ କରିଥିଲେ। ୮ ଟି ବିଭାଗ ରେ ୮୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *