ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ର ପକ୍ଷରୁ ସାଇବର ସୁରକ୍ଷା ସଚେତନତା

ଯାଜପୁର,୧୦/୦୨/୨୦୨୬ (ଓଡ଼ିଶା ସମାଚାର)-ସାଇବର ସୁରକ୍ଷା ଦିବସ ପାଳନ ଅବସରରେ ସ୍ଥାନୀୟ ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ର ପକ୍ଷରୁ ସାଇବର ସୁରକ୍ଷା ସଚେତନ‌ତା ଆୟୋଜିତ ହୋଇଛି। ମୁଖ୍ୟବକ୍ତା ଭାବେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ସଞ୍ଜିତ କୁମାର ନାୟକ, କଲେଜ ଅଧ୍ୟକ୍ଷ ଶ୍ରୀ ରଞ୍ଜନ କୁମାର ବେହେରା, ଡ଼ା ବିନୋଦ କୁମାର ମଲ୍ଲିକ, ଡ଼ା ପ୍ରୀତିଶ୍ରୀ ରଞ୍ଜନ ଉପସ୍ଥିତ ଥିଲେ।

ଆଲୋଚନା ଚକ୍ରରେ ଶ୍ରୀ ନାୟକ ବୃତ୍ତଚିତ୍ର ମାଧ୍ୟମରେ ଡିଜିଟାଲ ଆରେଷ୍ଟ, ଡିପ୍ ଫେକ, ୟୁପିଆଇ ପେମେଣ୍ଟ ଠକେଇ ସମ୍ପର୍କରେ ଅବଗତ କରାଇବା ସହିତ ଠକେଇରୁ ରକ୍ଷା ପାଇବା ପାଇଁ ଉପାୟ ଓ କୌଶଳ ବିଷୟରେ କହିଥିଲେ । ଏହାସହ ଏକ ସାଇବର ସୁରକ୍ଷା କୁଇଜ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଏଥିରେ ଭାଗ ନେଇଥିଲେ। ଏହି ଅବସରରେ ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ରର ନେଟୱର୍କ ଇଂଜିନିୟର ପ୍ରବୀର କୁମାର ବେହେରା, ନେଟୱର୍କ ଇଂଜିନିୟର ଦୀପ୍ତିପ୍ରଭା ପାତ୍ର, ଡିଆରଏମ୍ ଶୁଭେନ୍ଦୁ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 

 

Leave a Reply

Your email address will not be published. Required fields are marked *