ସାମିଲ ହେଲେ ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ପ୍ରିୟଙ୍କା ମାଝୀ
ହିନ୍ଦୋଳ ୧୩/୧୨/୨୦୨୪ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ବାଲିମି ଥାନା ଅନ୍ତର୍ଗତ ରଂଜାଗୋଳ ଠାରେ ପଞ୍ଚକୁଣ୍ତିୟ ବ୍ରହ୍ମ ଏକାକ୍ଷର ଶାନ୍ତି ମହାଯଜ୍ଞ ଖୁବ୍ ଧୁମ୍ ଧାମରେ ଏକ ବର୍ଣ୍ଣାଢ୍ୟ ପରିବେଶ ରେ ଆରମ୍ଭ ହୋଇଛି । ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ ଅଚ୍ୟୁତ ଗୁପ୍ତ ବ୍ରହ୍ମ ସଂଘ, କ୍ଷିତିଜ୍ୟୋତି ଆଶ୍ରମ ,ସ୍ୱର୍ଣ୍ଣକ୍ଷେତ୍ର ମାହାଙ୍ଗା ଓ ଅଭିଭକ୍ତ ଢେଙ୍କାନାଳ ଜିଲ୍ଲା ସଂଗଠନ ଅନ୍ତର୍ଗତ ସମସ୍ତ ଶାଖାର ମିଳିତ ଆନୁକୁଲ୍ୟରେ ୫ଦିନ ବ୍ୟାପି ହେଉଥିବା ବ୍ରହ୍ମଏକାକ୍ଷର ପଞ୍ଚକୁଣ୍ତିୟ ଶାନ୍ତି ମହାଯଜ୍ଞ ବୁଧବାର ଅପରାହ୍ନରେ କଳସାଧିବାସ , ଯଜ୍ଞ ମଣ୍ତପ ପ୍ରତିଷ୍ଟା ସହ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ସମୟରେ ଗୁରୁବାର ପ୍ରାତଃହରେ ସୂର୍ଯ୍ୟ ପୂଜା ପରେ ନାମ ମଣ୍ତପରେ ଅଖଣ୍ତନାମ ଯଜ୍ଞ ଅଗ୍ନାଧିବାସ ପୂଜା କର୍ମ ରିତିନିତି ପୂର୍ବକ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ଗୁରୁବାର ଓଡିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧର୍ମପତ୍ନୀ ପ୍ରିୟଙ୍କା ମାଝୀ ଉକ୍ତ ସମାବେଶ ରେ ଯୋଗଦେଇ ମହାଯଜ୍ଞରେ ବିଶ୍ୱକଲ୍ୟାଣ ନିମନ୍ତେ ଘୃତ ଆହୁତି ପ୍ରଦାନ କରି ସମାଜର ପ୍ରତ୍ୟକ ବର୍ଗରେ ବସବାସ କରୁଥିବା ଅଧିବାସୀଙ୍କ ମଙ୍ଗଳ କାମନା କରିଛନ୍ତି । ଏହି ଅବସର ରେ ପ୍ରତ୍ୟକ ସଂଧ୍ୟାରେ ଅନୁଷ୍ଟାନ ପକ୍ଷରୁ ସୁନାମଧନ୍ୟ ପ୍ରବଚକ ମାନଙ୍କ ଦ୍ୱାରା ସତସଙ୍ଗ କାର୍ଯ୍ୟକ୍ରମ ଓ ନାମ ମଣ୍ତପରେ ବିଭିନ୍ନ ଅଂଚଳରୁ ଅସିଥିବା ନାମଯଜ୍ଞ ଦଳ ଅହୋରାତ୍ର ନାମାମୃତ ପରିବେଷଣ କରୁଛନ୍ତି । ଆଗାମୀ ୧୫ ତାରିଖ ରବିବାର ପୁର୍ଣ୍ଣାହୁତି କାର୍ଯ୍ୟକ୍ରମ ହେବ ବୋଲି ଅନୁଷ୍ଟାନର କର୍ମକର୍ତ୍ତାଙ୍କ ସୁତ୍ରରୁ ପ୍ରକାଶ ।