ଜଗତସିଂହପୁର,୦୮/୦୫/୨୦୨୫ (ଓଡ଼ିଶା ସମାଚାର)- ଆସନ୍ତା ତା ୧୩.୦୫.୨୦୨୫ ରିଖ (ମଙ୍ଗଳ ବାର) ଦିନ ନାଉଗାଁ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ତା୦୯.୦୫.୨୦୨୫ ରିଖ ଦିବା ୧୧ ଘଟିକା ଠାରୁ ଆରମ୍ଭ ହୋଇ ତା ୧୦.୦୫.୨୫ ରିଖ ରାତ୍ରି ୧୧.୫୯ ଘଟିକା ପର୍ଯ୍ୟନ୍ତ ଚାଲିବ ।
ଏଥି ନିମନ୍ତେ, ଆଗ୍ରହୀ ଜନସାଧାରଣ ଓଡ଼ିଶା ସରକାରଙ୍କ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ମାଧ୍ୟମରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ । ଜନସାଧାରଣ ପଞ୍ଜୀକରଣ ପ୍ରାପ୍ତି ସ୍ଵୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇପାରିବେ ।
ଏତଦ୍ ଭିନ୍ନ, ଅଣପଞ୍ଜୀକୃତ ଆବେଦନକାରୀ ମାନଙ୍କର ଅଭିଯୋଗ ପତ୍ରଗୁଡିକୁ ଯୁଗ୍ମ ଶୁଣାଣି ଶିବିରରେ ସିଧାସଳଖ ଗ୍ରହଣ କରାଯାଇପାରିବ । ସେହିପରି ଅତ୍ୟଧିକ ଖରାକୁ ଦୃଷ୍ଟିରେ ରଖି ଜନଶୁଣାଣି ନିମନ୍ତେ ପରବର୍ତ୍ତୀ ଆଦେଶ ଯାଏଁ ସକାଳ ୭ ଘଟିକା ରୁ ଦିନ ୧୦ ଘଟିକା ଯାଏଁ ସମୟ ଧାର୍ଯ୍ୟ ହୋଇଛି । ତଦନୁସାରେ ଆଗାମୀ ୧୩ ତାରିଖ ନାଉଗାଁ ବ୍ଲକ୍ ରେ ହେବାକୁ ଥିବା ଜନଶୁଣାଣି ବ୍ଲକ୍ କାର୍ଯ୍ୟାଳୟ ଠାରେ ସକାଳ ୭ ଘଟିକା ରେ ଅନୁଷ୍ଠିତ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
