ଜଗତଗୁରୁ ଶ୍ରୀଧର ସ୍ୱାମୀଥିଲେ ଅଦୈତବାଦ ଓ ମାନବବାଦର ମହାନ ସାଧକ

ଭୁବନେଶ୍ୱର,୦୧/୦୨/୨୦୨୬(ଓଡ଼ିଶା ସମାଚାର)- ଜଗତଗୁରୁ ଶ୍ରୀଧର ସ୍ୱାମୀଙ୍କ ରାଜ୍ୟ ସ୍ତରୀୟ ଜନ୍ମ ମହୋତ୍ସବର ଉଦଯାପନୀ ସମାରୋହ ସ୍ଥାନୀୟ ଜୟଦେବ ଭବନଠାରେ ଓଡ଼ିଆ ସାହିତ୍ୟ ଏକାଡେମୀ ଓ ଶ୍ରୀଧର ସ୍ୱାମୀ ପ୍ରଚାର ସମିତିର ମିଳିତ ଆନୁକୂଲ୍ୟ,ଶ୍ରୀଧର ସ୍ୱାମୀ ସ୍ମୃତି ପରିଷଦ ମୟୁରଗ୍ରାମ, ରେମୁଣା ବାଲେଶ୍ୱରର ସହଯୋଗ ସମାଜସେବୀ ଓ ଟ୍ରଷ୍ଟି ମନୋରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୃନ୍ଦାବନର ମହାନଗୁରୁ ସନ୍ୟାସୀ ସ୍ୱାମୀ ଦୀନବନ୍ଧୁ ଦାସମହାରାଜ, ବିଶିଷ୍ଟ ଅତିଥି ଭାବେ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର,ମୁଖ୍ୟ ବକ୍ତାଭାବେ ବାଗ୍ନୀ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ,ସମ୍ମାନିତ ଅତିଥି ଭାବେ ପୁରୀ ଶଙ୍କରାନନ୍ଦ ମଠର ପରିଚାଳନା ଟ୍ରଷ୍ଟି ଦୁର୍ଗାପ୍ରସାଦ ମିଶ୍ର,ଓଡିଶା ସାହିତ୍ୟ ଏକାଡେମୀର ସଚିବ ଡ଼ ଚନ୍ଦ୍ର ଶେଖର ହୋତା,ଶ୍ରୀଧରସ୍ୱାମୀ ସ୍ମୃତି ପରିଷଦର ସଭାପତି ବିଜୟ କୁମାର ମହାକୁଡ଼,ସମ୍ପାଦକ ହରେକୃଷ୍ଣ ପଣ୍ଡା,କବି ପ୍ରବୀର ମହାନ୍ତି,ମ୍ୟାନେଜିଙ୍ଗ ଟ୍ରଷ୍ଟି ପ୍ରଦୀପ୍ତ କୁମାର ମହାନ୍ତି ଉପସ୍ଥିତ ରହିବା ସହ ଶ୍ରୀଧର ସ୍ୱାମୀଙ୍କ “ଅଦୈତବାଦ, ମାନଵବାଦ, ଭକ୍ତି, ଜ୍ଞାନ ଯୋଗ ସହ ସାରା ବିଶ୍ୱକୁ ମାନବିକତା, ଶାନ୍ତି ଓ ଜ୍ଞାନର ମାର୍ଗ ଦେଖାଇଥିଲେ ।

ମହାନ ଟୀକାକାର,ପୁରୀ ଗୋବର୍ଦ୍ଧନ ପୀଠର ଦଶମ ଶଙ୍କରାଚାର୍ଯ୍ୟ ଭାବେ କାର୍ଯ୍ୟ କରିବା ସହିତ,ସଂସ୍କୃତ, ଭଗବତଗୀତା ପ୍ରମୁଖରେ ପାଣ୍ଡିତ୍ୟ ହାସଲ କରି ସାରା ବିଶ୍ୱକୁ ନୂତନ ଦିଗଦର୍ଶନ ପ୍ରଦାନ କରିଥିଲେ ବୋଲି ଅତିଥି ସମୂହ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପଦ୍ମଶ୍ରୀ ଡ଼ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ “ଶ୍ରୀଧର ସ୍ୱାମୀ ସ୍ମୃତି ସମ୍ମାନ ୨୦୨୬ “ପ୍ରଦାନ କରାଯାଇଥିଲା । ଆଜିର ଯୁବ ପୀଢ଼ି ମାନବିକତା, ପୁଜ୍ୟପୂଜା କୁ ଆଦର୍ଶ ଓ ନୀତି ଭାବେ ଗ୍ରହଣ କରି କାର୍ଯ୍ୟ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରାଯାଇଥିଲା । ଶ୍ରୀଧର ସ୍ୱାମୀଙ୍କ ବହୁମୁଖୀ ପ୍ରତିଭା ଓ ବ୍ୟକ୍ତିତ୍ୱ ସମ୍ପର୍କରେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ  । କାର୍ଯ୍ୟକ୍ରମକୁ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ରମେଶ କୁମାର ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ  ।

Leave a Reply

Your email address will not be published. Required fields are marked *