ଆକର୍ଷଣ ସାଜିଲା ପେଟ୍ ଫ୍ୟାସନ୍ ସୋ

ଭୁବନେଶ୍ୱର,୨୨/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ମତ୍ସ୍ୟ ପ୍ରାଣୀ ସମାବେଶରେ ଆକର୍ଷଣ ସାଜିଥିଲା “ପେଟ୍ ଫ୍ୟାସନ୍ ସୋ  ।” ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଏହି ‘ଫ୍ୟାସନ୍ ସୋ’କୁ ଉଦଘାଟନ କରିଥିଲେ । ଏଥିରେ ଦେଶ ବାହାରର ୧୨୫ ପ୍ରଜାତି ପେଟ୍ ପ୍ରଦର୍ଶିତ ହୋଇଥିଲା । ୫ ପ୍ରକାରର ମକାଉ, ଏକାଧିକ ପ୍ରଜାତିର କକାଟୁ, ପର୍ସିଆନ୍ କ୍ୟାଟ୍, ବିଅରଡେଡ୍, କକର ସ୍ପାନିଏଲ୍ ଡଗ୍ ଆଦି ପେଟ୍  “ଫ୍ୟାସନ୍ ସୋ”ରେ ପ୍ରଦର୍ଶିତ ହୋଇଥିଲେ । କଳିଙ୍ଗ ପେଟ୍ ଓନର୍ସ ଆସୋସିଏସନ୍ ର ଶ୍ୟାମ ସୁନ୍ଦର ମିଶ୍ର ଏହି ‘ସୋ’କୁ ପରିଚାଳନା କରିଥିଲେ ।

-0-

ଆଲୋକ କୁମାର ମହାନ୍ତି ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *