ବ୍ଲକର ବିଭିନ୍ନ ସ୍ଥାନରେ ୭୫ ତମ ସାଧାରଣ ତନ୍ତ୍ର ଦିବସ ଅନୁଷ୍ଠିତ

ଲକ୍ଷ୍ମୀପୁର,୨୬/୦୧/୨୦୨୪ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଠାରେ ୭୫ ତମ ସାଧାରଣ ତନ୍ତ୍ର ଦିବସ ବଡ ଉତ୍ସାହର ସହ ପାଳିତ ହୋଇଯାଇଛି।ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀ ମାନେ ବଡି ଭୋରରୁ ସଜବାଜ ହୋଇ ନିଜନିଜ ଶିକ୍ଷାନୁଷ୍ଠାନରେ ପହଁଚିଥିଲେ। ସାଙ୍ଗାନ୍ନା ହାଇସ୍କୁଲ,ସରସ୍ଵତି ଶିଶୁ ମନ୍ଦିର,ଏକ୍ସ ବୋଡ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସିଧେଶ୍ଵରି ପବ୍ଲିକ୍ ସ୍କୁଲ୍,ସିନାଇ ପବ୍ଲିକ୍ ସ୍କୁଲ୍ ଓ ଆଇଇଏମ୍ ପବ୍ଲିକ୍ ସ୍କୁଲ ସମେତ ବ୍ଲକରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନରେ ପତାକା ଉତ୍ତୋଳନ ସାରି ସମୁହ ପ୍ୟାରେଡରେ ଆସି ବଜାର ମଝିରେ ଥିବା ଆମ୍ବେଦକରଙ୍କ ପ୍ରତିମୃର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ସେହିପରି ଲକ୍ଷ୍ମୀପୁର ପଞ୍ଚାୟତ ସମିତି କାର୍ୟ୍ୟାଳୟ ପରିସର ମଧ୍ୟରେ ଥିବା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୁର୍ତି ଆଗରେ ଧୁପ  ଦୀପ ଦେଇ ପୁଜାର୍ଚନା କରି ପୁଷ୍ପ ମାଲ୍ୟ ଅର୍ପଣ କଲା ପରେ ଅଧ୍ୟକ୍ଷା ଶ୍ରୀମତି ଶୁଆଇ କୁଲେସିକା ପତାକା ଉତ୍ତୋଳନ କରିଥିଲେ।

ବିଡିଓ ଗୁରେସ୍ଵର୍ ଭୋଇ ପତାକା ଉତ୍ତୋଳନ ସମୟରେ ଉପସ୍ଥିତ ରହି ଗଣତନ୍ତ୍ର ବିଷୟରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।ଏଥିରେ ବ୍ଲକର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ସେହିପରି ଓଡିଶା ଜିବିକା ମିଶନ, ଗ୍ରାମ୍ୟଉନୟନ ବିଭାଗ,ପୂର୍ତ୍ତ ବିଭାଗ,ଅବକାରି ବିଭାଗ,ଲକ୍ଷ୍ମୀପୁର ଥାନା,ତହସିଲ କାର୍ୟ୍ୟାଳୟ,ବନ ବିଭାଗ କାର୍ୟ୍ୟାଳୟ,ପଶୁ ଚିକିତ୍ସାଳୟ,ଶିଶୁ କଲ୍ୟାଣ ବିଭାଗ,କ୍ଷୁଦ୍ର ଜଳ ସେଚନ,କୃଷି ବିଭାଗ,ପାନୀୟ ଜଳ ଯୋଗାଣ କାର୍ୟ୍ୟାଳୟ,ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର,ମୃତିକା ସଂରକ୍ଷଣ ବିଭାଗ,ବିଜୁଳି ବିଭାଗ,ବଣିକ ସଂଘ,କେସିସି ବ୍ୟାଙ୍କ,ଇଣ୍ଡିଆନ୍ ଓଭର ସିଜ୍ ବ୍ୟାଙ୍କ,ଷ୍ଟେଟ୍ ବ୍ୟାଙ୍କ୍,ମହାବିଦ୍ୟାଳୟ ଓ ବଜାର ମଝିରେ ଥିବା ବଣିକ ସଂଘ ତରଫରୁ ବଡ ସରାଗରେ ୭୫ ତମ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।ଏନେଇ ଲକ୍ଷ୍ମୀପୁର ପୋଲିସ ତରଫରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳା ରେ ଆଜିର କାର୍ୟ୍ୟ ଶେଷହୋଇଥିଲା।

Leave a Reply

Your email address will not be published. Required fields are marked *