କିଶନନଗର ତହସିଲ ସ୍ତରୀୟ ସାଧାରଣତନ୍ତ୍ର ଦିଵସ ପାଳିତ

କଟକ ସଦର,୨୬/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିଵସ ଆଜି ଶୁକ୍ରବାର ଦିନ କିଶନନଗର ହାଇସ୍କୁଲ ଖେଳ ପଡିଆ ଠାରେ ମହାସମାରୋହରେ ପାଳନ କରାଯାଇଛି। ଜାତୀୟ ଦିଵସ ପାଳନ କମିଟି (ଏନ୍ ଡି ଓ ସି) ଅଧ୍ୟକ୍ଷ ତଥା ତହସିଲଦାର ମଧୁସୂଦନ ନାୟକଙ୍କ ପରିଚାଳନାରେ ଆୟୋଜିତ ଉକ୍ତ ଜାତୀୟ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀଙ୍କୁ ଵିଧାୟକ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ଏନ୍ ଡି ଓ ସି ର ଜନୈକ ସଦସ୍ୟ ନିଜକୁ ସର୍ବେସର୍ବା ବୋଲାଇ ତହସିଲଦାରଙ୍କ ନିଷ୍ପତ୍ତିକୁ ଅଣଦେଖା କରି କାର୍ଯ୍ୟ କରିବାକୁ ନେଇ ତହସିଲଦାର ଅସନ୍ତୋଷ ପ୍ରକାଶ କରିବା ସହିତ ଵିଧାୟକ ମଧ୍ୟ ବିରକ୍ତି ପ୍ରକାଶ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *