ଯାଜପୁର,୦୪/୦୭/୨୦୨୬ (ଓଡ଼ିଶା ସମାଚାର)- ପରିବେଶ ସଂରକ୍ଷଣ ଓ ସବୁଜୀକରଣକୁ ଗୁରୁତ୍ଵ ଦେଇ ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ଆଜି ଅଙ୍କୁଲା ସ୍ଥିତ ନ୍ୟାୟିକ ବିଭାଗ ଗୃହ ନିର୍ମାଣ ଭୂମି, ପରିସରରେ ବନମହୋତ୍ସବ ସପ୍ତାହ,୨୦୨୬ ପାଳିତ ହୋଇଯାଇଛି। ବନ ବିଭାଗର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଜାତିର ଫଳ ଓ ଫୁଲ ଗଛ ଚାରା ରୋପଣ କରାଯାଇଥିଲା।
ଜିଲ୍ଲାଜଜ୍ ଶ୍ରୀ ଅମୃତ ରଞ୍ଜନ ନନ୍ଦ, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ସମେତ ଏଡିଜେ ଅଭିଳାଷ ସେନାପତି, ଏଡିଜେ ବିଶ୍ୱେଶ୍ୱର ବିଶ୍ୱପ୍ରକାଶ ରାୟ, ମୁଖ୍ୟ ବିଭାଗୀୟ ବିଚାରପତି ସର୍ବେଶ୍ୱର ଦାସ, ଜ଼ିଲ୍ଲା ମୁଖ୍ୟ ବନ ଅଧିକାରୀ, ଅନିଲ କୁମାର ରାୟ, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ଓ ଶିବାନନ୍ଦ ସ୍ୱାଇଁ, ଡି ଏସ ପି ପ୍ରଦୀପ୍ କୁମାର ମାଝୀ, ପ୍ରମୁଖ ଚାରା ରୋପଣ କରିଥିଲେ। ଏହି ଅବସରରେ ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ନନ୍ଦ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ଆହ୍ଵାନ ଦେଇଥିଲେ।
ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଗଛ ଲଗାଇ ଭବିଷ୍ୟତର ପରିବେଶକୁ ସୁରକ୍ଷା ଦେବା ପାଇଁ ଉପଦେଶ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଚାରପତି ତଥା ସିଭିଲ କୋର୍ଟ ରେଜିଷ୍ଟାର ପଲ୍ଲବୀ ରାଣୀ ସାହୁ, ସିଭିଲଜଜ୍ ସିନିୟର୍ ଡିଭିଜନ ଏଲ୍ ଆର୍ ଆଣ୍ଡ ଏଲଟିଭି ଲୋପାମୁଦ୍ରା ବେହେରା,ଏସଡିଜେଏମ୍ ସୁମିତ୍ରା ବିଶ୍ବାଳ,ସିଭିଲଜଜ୍ ଜୁନିୟର ଡିଭିଜନ୍ ସୁନୀତା ବିଶ୍ବାଳ, ଜେଏମଏସସି ଅଂଶୁମାନ ରଥ,ଜେଏମଏସସି ସୁଶ୍ରୀ ବିଣାପାଣୀ ତାଣ୍ଡି, ଏସିଏଫ୍ ରବିନାରାୟଣ ମହାନ୍ତି, ଫରେଷ୍ଟ ରେଞ୍ଜ ଅଫିସର ଧର୍ମେନ୍ଦ୍ର ପ୍ରଧାନ, ଜିଲ୍ଲା ଶିକ୍ଷା ବିଭାଗର ବିଜ୍ଞାନ ପରିଦର୍ଶକ କୁମାରସେନ୍ ସେନାପତି, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଲିପା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଶେଷରେ ନିମନ୍ତ୍ରିତ ଅତିଥି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ପରିଚାଳିତ ୧୮ଟି ଷ୍ଟୁଡେଣ୍ଟ ଲିଗାଲ ଲିଟରସି କ୍ଲବର ଛାତ୍ରଛାତ୍ରୀମାନେ ଏକ ବୃହତ୍ ସଚେତନତା ଶୋଭାଯାତ୍ରାରେ ଯୋଗଦେଇ “ଗଛ ଲଗାଓ, ଜୀବନ ବଞ୍ଚାଓ” ନାରା ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବନ ବିଭାଗର କର୍ମଚାରୀ, ପ୍ରାଧିକରଣ କର୍ମଚାରୀ, ଓ ପିଏଲଭି ମାନେ ସହଯୋଗ କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
