ଭାରତର ଗଣତାନ୍ତ୍ରୀକ ଯୁବ ଫେଡ଼େରେସନ୍ ତରଫରୁ ନେତାଜୀଙ୍କର ୧୨୭ତମ ପୂଣ୍ୟ ତିଥି   ପାଳନ

କଟକ,୨୪/୦୧/୨୦୨୪ (ଓଡ଼ିଶା ସମାଚାର)-ଭାରତର ଗଣତାନ୍ତ୍ରୀକ ଯୁବ ଫେଡ଼େରେସନ୍ ( D.Y.F.I) ତରଫରୁ ପୂଜ୍ୟ ପୂଜାର ଏକ ଗାମ୍ଭୀର୍ୟ୍ୟମୟ ପରିବେଶରେ ନେତାଜୀଙ୍କର ୧୨୭ତମ ପୂଣ୍ୟ ତିଥି କଟକ ମହାନଦୀ ବିହାରସ୍ଥିତ ନେତାଜୀ ପାର୍କଠାରେ ରମ୍ଭିକ ମହାନ୍ତିଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଉପସ୍ଥିତ ବିଶିଷ୍ଠ ବ୍ୟକ୍ତି ମାନଙ୍କ ଦ୍ବାରା ନେତାଜୀଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାପଣ କରାଯାଇ ଯଥା ବିଧôରେ ସଭାକାର୍ୟ୍ୟ ଆରମ୍ଭ କରାଯାଇଥିଲା । ଉକ୍ତ ସଭାରେ ଶିକ୍ଷାବିତ୍ତ ଶଶୀଭୂଷଣ ମହାନ୍ତି, କମଳ ଲୋଚନ ମହାନ୍ତି, ପ୍ରମୋଦ କୁମାର ମିଶ୍ର ଓ ଇଂ.ମୁରଲିଧର ହୋତା, ପ୍ରତାପ ମହାପାତ୍ର, ସୁଭ୍ରା ମହାପାତ୍ର ଏବଂ ମହାନଦୀ ବିହାର ଉନ୍ନୟନ ପରିଷଦର ସଂପାଦକ ସୁଭ୍ରାଂଶୁ ସଡ଼ଙ୍ଗୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ବୈପ୍ଳବିକ ଜୀବନୀ ସଂପର୍କରେ ଆଲୋକପାତ କରି ଉପସ୍ଥିତ ଛାତ୍ର ମଣ୍ଡଳୀଙ୍କୁ ନେତାଜୀଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଉପଦେଶ ପ୍ରଦାନ କରିଥିଲେ । ଏହି ସଭାକୁ ସଂଗଠନର ସାଥô ରାମ ପ୍ରସାଦ ଗର୍ତୀ, ଘନଶ୍ୟାମ ରାଉତ୍, ଅଶୋକ ଦାସ୍, ମୈତ୍ରୀ ଭୂଷଣ ଖୁଣ୍ଟିଆ, ଚନ୍ଦ୍ରକାନ୍ତ ବେହେରା,ଦିବ୍ୟରଞ୍ଜନ ପରିଡା ,ତପନ ସାହୁ ଓ ଟିଙ୍କୁ ରାୟ ପ୍ରମୁଖ ପରିଚାଳନା କରିଥିଲେ । ସଭାଶେଷରେ ସଂଗଠନର ପୂର୍ବତନ କଟକ ଜିଲ୍ଲାର ଉପସଭାପତି ସାଥô ଗୋପାଳ ରାଉତ୍ ଧନ୍ୟବାଦ ଅର୍ପଣ କରିଥିଲେ । ମହାନଦୀ ବିହାରସ୍ଥିତ ନେତାଜୀ ପାର୍କରେ ଥିବା ନେତାଜୀଙ୍କର କ୍ଷୁଦ୍ର ଅବକ୍ଷ ପ୍ରତିମୂର୍ତ୍ତୀ ବଦଳରେ ଏକ ବୃହତ୍ ଆବକ୍ଷ ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ଉପସ୍ଥିତ ଥିବା ବ୍ୟକ୍ତିମାନଙ୍କର ମତାମତ ଲୋଡ଼ା ଯାଇଥିଲା । ସମସ୍ତେ ଏଥିରେ ଏକମତ ହେବାରୁ ଖୁବ୍ ଶୀଘ୍ର ଏହି କାର୍ୟ୍ୟକ୍ରମଟି ହାତକୁ ନେବାକୁ ସ୍ଥିର ହୋଇଥିଲା ।

Leave a Reply

Your email address will not be published. Required fields are marked *