ଆଦିମାତା ଙ୍କ  ଅଭିଷେକ ଉତ୍ସବ ଅନୁଷ୍ଠିତ

ସାଲେପୁର,୦୬/୦୧/୨୦୨୬(ଓଡିଶା ସମାଚାର/ ଅଭୟ ଜେନା)- ସାଲେପୁର ଅଞ୍ଚଳ ମହଣ ପଞ୍ଚାୟତ ର ବଳଭଦ୍ରପୁର ଗ୍ରାମରେ ପୌଷ ପୂର୍ଣ୍ଣିମା ଉପଲକ୍ଷେ ପୌଷ ଅଭିଷେକ ହୋଇଯାଇଛି ।  ସୂଚନା  ଅନୁଯାଇ ବଳଭଦ୍ରପୁର ଗ୍ରାମରେ ପୌଷ ପୂର୍ଣ୍ଣିମା ଉପଲକ୍ଷେ ଆଦ୍ୟାଶକ୍ତି ସେବାଶ୍ରମ ଟ୍ରଷ୍ଟ ପକ୍ଷରୁ ପ୍ରଭୁ ଜଗନ୍ନାଥ ଓ ଆଦିମାତା ଙ୍କ ଅଭିଷେକ ମହା ଆଡମ୍ବର ରେ ପାଳିତ ହୋଇଯାଇଛି ।

ଏହି ଅଭିଷେକ ପ୍ରତ୍ୟେକ ବର୍ଷ ପୌଷ ପୂର୍ଣ୍ଣିମା ରେ ଶହ ଶହ ଭକ୍ତ ଙ୍କ ସହଯୋଗ ରେ ଦୀର୍ଘ ୫୦ବର୍ଷ ଧରି ପାଳିତ ହୋଇଆସୁଛି ।  ଏହି ଅଭିଷେକ ରେ ଆଦିମାତା ଙ୍କ ପୂଜାର୍ଚନା ହେବାସହ ଭଜନ କୀର୍ତ୍ତନ ସହିତ ପ୍ରସାଦ ସେବନ ର ଆୟୋଜନ କରାଯାଇଥିଲା ।  ଏହି ଅଭିଷେକ ରେ ମୁଖ୍ୟ କର୍ତ୍ତା ଭାବରେ ମନୋଜ କୁମାର ବାରିକ ଙ୍କ ସହ ଡମ୍ବରୁ ଧର ସାହୁ, ନୟନା ଦାସ, ମନୋରମା ସାହୁ, ସୁଲୋଚନା ଭୂୟାଁ, ଦୂର୍ଗା ପ୍ରସାଦ ବେହେରା, ସନ୍ତୋଷ କୁମାର ରଣା, କାଞ୍ଚନ ସାହୁ, ଭାନୁଲତା ରଣା, ବିଶ୍ୱଜିତ ଦାସ ପ୍ରମୁଖ ଯୋଗ ଦେଇ ଅଭିଷେକ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ ।

Leave a Reply

Your email address will not be published. Required fields are marked *