କେନ୍ଦ୍ରାପଡ଼ା, ୦୪/୦୧/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ପୌରସଂସ୍ଥା ଦ୍ୱାରା ପରିଚାଳିତ ଦୃଷ୍ଟିବାଧିତ ବିଦ୍ୟାଳୟରେ ମହାତ୍ମା ଲୁଇସ ବ୍ରେଲିଙ୍କ ୨୧୭ ତମ ଜୟନ୍ତୀ ଓ ବିଶ୍ୱ ବ୍ରେଲି ଦିବସ ପାଳିତ ହୋଇଯାଇଛି ।ଉତ୍ସବରେ ମୁଖ୍ୟଅତିଥି ଭାବେ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ଼ ଦେବେନ୍ଦ୍ର କୁମାର ଦାସ, ମୁଖ୍ୟବକ୍ତା ଭାବେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା କଲେଜ ଓଡିଆ ଭାଷା ସାହିତ୍ୟ ବିଭାଗ ଅଧ୍ୟାପିକା ସସ୍ମିତା ଅଧିକାରୀ, ବିଶିଷ୍ଟ ସମାଜସେବୀ ତଥା ସମୀର ଟିଭିଏସର ପରିଚାଳନା ନିର୍ଦ୍ଧେଶକ ସମୀର କୁମାର ଚାନ୍ଦ,ଭୂବନମୋହନ ଦାସ, କ୍ଷୀରୋଦ କୁମାର କର,ଅଶୋକ ସାହୁ ପ୍ରମୁଖ ଯୋଗଦେଇ ମହାତ୍ମା ଲୁଇସ୍ ବ୍ରେଲିଙ୍କ ଜୀବନୀ, ବ୍ରେଲି ଲିପିର ଆବଶ୍ୟକତା ଓ ପରିବର୍ଦ୍ଧିତ ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ ।
ଏଥିସହିତ ଏହା ଦୃଷ୍ଟିବାଧିତ ମାନଙ୍କ ପାଇଁ ବରଦାନ ସଦୃଶ ବୋଲି ମତବ୍ୟକ୍ତ କରିିଥିଲେ । ବିଦ୍ୟାଳୟ ଓ ପିଲାମାନଙ୍କ ବିକାଶରେ ଅଧିକରୁ ଅଧିକ କ୍ରିୟାଶୀଳ ହେବାକୁ ପରାମର୍ଶ ଦେଇଥିଲେ । ପ୍ରଧାନଶିକ୍ଷକ ସ୍ୱପ୍ନାଶୁ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସହକାରୀ ଶିକ୍ଷକ ବଟକୃଷ୍ଣ ବାରିକ୍ ସ୍ୱାଗତ ଭାଷଣ, ଅରୁଣ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ପିଲାମାନେ ଆବାହନୀ ସଙ୍ଗୀତ ଗାନ କରିଥିଲେ ।
ଅତିଥିମାନେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ ସହ ରାଜ୍ୟସ୍ତରୀୟ ପୁରସ୍କାର ପ୍ରାପ୍ତ ମହିମା ସାହୁ, ଅମିତ୍ ଜେନା, ଆୟୁଷ ରାୟ, ଓ ଗାଇଡ ଶିକ୍ଷକ ଭରତ କୁମାର ସାହୁ, ମନୋଜ କୁମାର ବେହେରାଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ପିଲାମାନଙ୍କୁ ସ୍କୁଲ ଡ୍ରେସ, ଜୋତା, ସ୍ୱିଟର ଆଦି ବଂଟନ କରାଯାଇଥିଲା । ସହକାରୀ ଶିକ୍ଷୟତ୍ରୀ ସୋନାଲିକା ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ । ମହେନ୍ଦ୍ର ପ୍ରସାଦ ସିଂ, ମନୋଜ କୁମାର୍ ବେହେରା, ମାନିନୀ ବେହେରା, ବିକାଶ ଦାସ, ଗୀତା ଦାସ, ଅଲେଖ ଜେନା ପ୍ରମୁଖ ଉସôବ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
