ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନବିକ ଅଧିକାର ଦିବସ ପାଳନ।

ଯାଜପୁର,୧୦/୧୨/୨୦୨୪ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆଞ୍ଚଳିକ ମହାବିଦ୍ୟାଳୟ ସୁଜନପୁର ପରିସର ରେ ଜିଲ୍ଲା ଦୈଉରାଜଜ୍ ତଥା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣ ର ସଚୀବ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ଙ୍କ ଅଧ୍ୟକ୍ଷତା ରେ ମାନବିକ ଅଧିକାର ଦିବସ ପାଳନ କରାଯିବା ସହିତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ମାଦକ ଦ୍ରବ୍ୟ ସେବନ ଭୟାବହତା ବିଷୟ ରେ ବକ୍ତୃତା ପ୍ରତିଯୋଗୀତା ହୋଇଥିଲା ।ଏଥିରେ ଅତିଥି ଆଲୋଚକ ଭାବେ ପ୍ରାକ୍ତନ ପ୍ରାଧିକରଣ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି,କିଶୋର ନ୍ୟାୟ ପରିଷଦ ର ସଦସ୍ୟା ଶ୍ରୀମତୀ ରୀତା ବେହେରା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଯୋଗ ଦେଇ ମାନବିକ ଅଧିକାର ଦିବସ ର ମହତ୍ତ୍ଵ ସହିତ ଶିଶୁ କିଶୋର ଠୁ ଆରମ୍ଭ କରି ସମାଜ ରେ ବସବାସ କରୁଥିବା ବିଭିନ୍ନ ବର୍ଗ ର ଲୋକମାନଙ୍କର ଅଧିକାର ତା’ର ପରିପୂରଣ ବିଷୟ ରେ ବର୍ଣନା କରିବା ସହିତ ମାଦକ ଦ୍ରବ୍ୟ ସେବନ ଦ୍ବାର ବ୍ୟକ୍ତିର ଶାରିରୀକ ମାନସିକ ଦାପ୍ତରିକ ଓ ନୈତିକ ସ୍ତର ରେ ହେଉଥିବା କ୍ଷତି ଦ୍ବାରା ସାମାଜିକ କୁ ପ୍ରଭାବ ରାଷ୍ଟ୍ରୀୟ ପ୍ରଗତି କିପରି ପ୍ରଭାବିତ କରୁଛି ସେ ବିଷୟ ରେ ନିଜ ନିଜର ଦୃଷ୍ଟି କୋଣ ରୁ ଆଲୋଚନା କରିଥିଲେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ସୀମନ୍ତଭାନୁ ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଅଧ୍ୟାପକ ସନ୍ତୋଷ କୁମାର ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ ।ଅନ୍ୟତମ ଅଧ୍ୟାପକ ବିଜୟ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।ବକ୍ତୃତା ପ୍ରତିଯୋଗୀତା ରେ ଗୀତାଞ୍ଜଳି ମିଶ୍ର ପ୍ରଥମ,ସମୀର ଦାସ ଦ୍ଵିତୀୟ ଓ ସଂଘମିତ୍ରା ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ।ପ୍ରାଧିକରଣ ପକ୍ଷରୁ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ କପ୍ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାଧିକରଣ ର କର୍ମଚାରୀ ଓ ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ,କର୍ମଚାରୀ ମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *