ମହାକାଳପଡ଼ା,୦୪/୦୧/୨୦୨୬(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍ ଅଞ୍ଚଳର ବରଜ ଗ୍ରାମର ମା’ ବଜ୍ରସୁନା ମନ୍ଦିର ପ୍ରାଙ୍ଗଣରେ ମଙ୍ଗଳବାର ଏକ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ବୟୋଜ୍ୟୋଷ୍ଠମାନଙ୍କୁ ୨୦ଟି କମ୍ବଳ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ନାରାୟଣ ମହାନ୍ତି ଏବଂ ସଭାପତି ସରୋଜନଳିନୀ ପରିଜା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବୃଦ୍ଧା ବୃଦ୍ଧଙ୍କୁ କମ୍ବଳ ବଣ୍ଟନ କରିଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସମ୍ପାଦକ ଏବଂ ସଭାପତି ସେମାନଙ୍କର ଅବସରକାଳୀନ ପେନ୍ସନ୍ ଅର୍ଥରୁ କିଛି ଲୋକଙ୍କ ସେବାରେ ଲଗାଇବାକୁ ପ୍ରତିବଦ୍ଧ ବୋଲି କହିଥିଲେ। ତାଙ୍କ ସହିତ ଏହି ଜନହିତକର କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ଅଭୟ ଦାସ, ପରାମର୍ଶଦାତା ଖଗେଶ୍ୱର ଖଣ୍ଡୁଆଳ ସାମିଲ ଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମହାକାଳପଡ଼ା ବ୍ଲକ ଉପାଧ୍ୟକ୍ଷ ବିଜୟ ଶୁକ୍ଳା, ସମାଜସେବୀ ପ୍ରଦୀପ କୁମାର ମହାନ୍ତି, କାହ୍ନୁଚରଣ ପରିଡ଼ା, ନୀଳମଣି ସାମଲ, ମାନଗୋବିନ୍ଦ ବାଗୁଲି, ବିପନ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ସଂଗ୍ରାମ ମହାନ୍ତି ଏବଂ ପଦ୍ମିନୀ ମହାନ୍ତି ପରିଚାଳନା କରିଥିବାବେଳେ ନୀଳମଣି ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ।
