ବେଦଧ୍ଵନୀ ମହୋତ୍ସବ ଉଦଯାପିତ

ଭୁବନେଶ୍ୱର,୨୬/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ଜ୍ୟୋତି କଳା ପରିଷଦ, ଭୁବନେଶ୍ଵର ତରଫରୁ ୟୁନିଟ -୯ ବିଏମସି ପାର୍କ ଫ୍ଲାଟ ଠାରେ ଆୟୋଜିତ ‘ବେଦଧ୍ଵନୀ ମହୋତ୍ସବ‘ ଆଜି ଉଦଯାପିତ ହୋଇ ଯାଇଛି ।

ଏଥିରେ ଓଡିଶୀ, ସମ୍ବଲପୁରୀ, ଗୋଟିପୁଅ ଓ ପାଇକ ନୃତ୍ୟର  ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଅନେକ କୁନି କଳାକାରମାନେ ଅଂଶଗ୍ରହଣ କରିଥିଲେ। ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସମର୍ଥ ହୋଇଥିବା ପ୍ରାୟ ୬୦ ରୁ ଉଦ୍ଧ କଳାକାରମାନଙ୍କୁ ମହୋତ୍ସବର ମୁଖ୍ୟ ଅତିଥି ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ (ପୂର୍ବତନ ପ୍ରମୁଖ ଶାସନ ସଚିବ, ସଂସ୍କୃତି ବିଭାଗ, ଓଡିଶା ସରକାର) ସମ୍ବର୍ଦ୍ଧିତ କରିଥିଲେ । ଓଡିଶୀ, ସମ୍ବଲପୁରୀ, ଗୋଟିପୁଅ ଓ ପାଇକ ନୃତ୍ୟରେ ବିଏମସି ପାର୍କ, ୟୁନିଟ୍-୯ ଫ୍ଲାଟ ମଞ୍ଚ ବେଶ ଆକର୍ଷଣିୟ ହୋଇଥିଲା।

ବିଶିଷ୍ଟ ଅତିଥି ଓ ସାଂସ୍କୃତିକ – ବ୍ୟକ୍ତି ବିଶେଷ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ମହୋତ୍ସବର ଉଦଯାପନୀ ଦିବସରେ  ଅତିଥି ଭାବେ ପୂର୍ବତନ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଏବଂ ସମାଜସେବୀ ଶ୍ରୀ ମନୋଜ କୁମାର ନାୟକ ଯୋଗଦେଇଥିଲେ ।

 ମୁଖ୍ୟ ଅତିଥି ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ କହିଲେ ଯେ ବେଦଧ୍ଵନୀ ମହୋତ୍ସବ ତା’ର ନାମରୁ ହିଁ ଅନୁଷ୍ଠାନର ଗମ୍ଭିରତା କେତେ ତାହା ମନେ ପକାଇ ଦେଉଛି । ସବୁ – ସଙ୍ଗୀତର ମୂଳ ଆଧାର ବେଦ । ଏହା ସହିତ ଓଡିଶାର କଳା,ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ନିରନ୍ତର ପ୍ରେରିତ ଏହି ଅନୁଷ୍ଠାନ । ମହୋତ୍ସବର ଉଭୟ ଦିନରେ ଓଡିଶାର କଳା ଓ ସଂସ୍କୃତି ଉପରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବ ଦ୍ୱାରା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେଇ ଯିବାରେ ଏକ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିବ ବୋଲି ବକ୍ତାମାନେ ମତ ପୋଷଣ କରିଥିଲେ ।

ବେଦଧ୍ଵନୀ ମହୋତ୍ସବ ଅବସରରେ ଓଡିଆ ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ପୁନର୍ଜୀବିତ କରିବା ପାଇଁ କୁନି ପ୍ରତିଭା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା  ।

ପ୍ରଥମ ଦିନରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ଶ୍ରୀ ଜଗନ୍ନାଥ ପ୍ରଧାନ ଓ ସମ୍ମାନୀୟ ଅତିଥି ରୂପେ ଯୋଗ ଦେଇଥିଲେ ଶ୍ରୀ ସରୋଜ କୁମାର ସାମଲ, ଶ୍ରୀ ପ୍ରକାଶ ଚନ୍ଦ୍ର ରଣବିଜୁଳି ଏବଂ ଏଏମ୍ଆରଏମ୍ ଫାଉଣ୍ଡେସନର ନିର୍ଦ୍ଦେଶକ ଶ୍ରୀ ଅଭିଳାଷ ମହାନ୍ତି ଏବଂ ଶ୍ରୀମତୀ ରୂପାଲି ମହାନ୍ତି ଯୋଗ ଦେଇଥିଲେ ।

ଜ୍ୟୋତି କଳା ପରିଷଦର ସମ୍ପାଦିକା ଜ୍ୟୋତିରେଖା ମହାନ୍ତି, ସଭାପତି ସ୍ମୃତିରେଖା ସାମଲ, ଉପଦେଷ୍ଟା ଆନନ୍ଦ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଆଗାମୀ ଦିନରେ ସାରା ଓଡିଶାକୁ ପ୍ରସାରିତ କରିବେ ବୋଲି କର୍ମ କର୍ତ୍ତାମାନେ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *