ଜୁନାଗଡ଼,୧୧/୦୫/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ଆର ଏମ ସି ପରିସରରେ ରବିବାର ଜିଲ୍ଲା ଓବିସି ମଞ୍ଚର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଓବିସି ମଞ୍ଚର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ନାଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଓବିସି ମଞ୍ଚ ର ରାଜ୍ୟ ସଭାପତି ଶଙ୍କର କୁମାର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ।
ଅନୁଷ୍ଠିତ ସଭାରେ ଓବିସି ବର୍ଗର ସାମ୍ବିଧାନିକ ହକ, ଅଧିକାର ଓ ସମାନୁପାତିକ ପ୍ରତିନିଧିତ୍ୱ ପାଇଁ ସମସ୍ତେ ଏକତ୍ରିତ ହେବା ଉପରେ ଆଲୋକପାତ କରାଯାଇଥିଲା। ବୈଠକରେ ଓବିସି ମଞ୍ଚ କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ୱାଳ,ଯାଦବ ସମାଜ ସଭାପତି ଶିବ ପ୍ରସାଦ ହାତି, ପଣ୍ଡରା ମାଲି ସମାଜ କୁଳପତି ପ୍ରକାଶ ଚନ୍ଦ୍ର ନାଏକ, ବଙ୍କା ସମାଜ ସଭାପତି ଡମ୍ବରୁ ଧର ଲହଜଳ, ଓବିସି ମଞ୍ଚ ସଂଯୋଜକ ଡାକେଶ୍ୱର ଲହଜଳ, କମଳିନୀ ଯାଦବ, ଉଦ୍ଧବ ଚରଣ ସାହୁ,ଦୀପ ଚରଣ ସାହୁ, ନିମାଇ ଚରଣ ଗୋପାଳ, କୃଷ୍ଣ ଚନ୍ଦ୍ର ସାହୁ, ଦୀପଚାନ୍ଦ ସାହୁ, ଶିବ ପ୍ରସାଦ ପ୍ରଧାନୀ, ଦିଲିପ କୁମାର ବୈଠାରୁ, ରଶ୍ମିରେଖା ରାଉତ, ଗିରିଧାରୀ ସାହୁ, ସୁମେଶ୍ଵର ମୁନି, ବାଲ୍ମୀକି ନାଏକ, ପ୍ରେମାନନ୍ଦ ଘି, ରୀନା ଭୋଇ, ରିନା ଭାଟି, କାମଦେବ ପୂଝରୀ, ସଂଗୀତା ଖରସେଲ ତଥା ବିଭିନ୍ନ ସମାଜର ପ୍ରତିଷ୍ଠିତ ଶହ ଶହ କର୍ମକର୍ତ୍ତା ଯୋଗଦାନ କରିଥିଲେ ।
ଓବିସି ବର୍ଗ ଙ୍କୁ ଶିକ୍ଷା, ଚାକିରୀ ଏବଂ ରାଜନୀତି କ୍ଷେତ୍ରରେ ସମାନୁପାତିକ ପ୍ରତିନିଧିତ୍ୱ ତଥା ଅଧିକାର କୁ ନେଇ ସରକାର ଙ୍କ ପାଖରେ କିଭଳି ଭାବରେ ଉପସ୍ଥାପନ କରାଯିବ ଏବଂ ଦରକାର ହେଲେ ହକ ପାଇଁ ଆନ୍ଦୋଳନ ଜାରି ରଖିବ ତା ଉପରେ ସମସ୍ତେ ଗୁରୁତ୍ୱାରୋପ କରିଥିଲେ । ମଞ୍ଚ କୁ ହିମାଂଶୁ ଶେଖର ବରାଡ଼ ପରିଚାଳନା କରିଥିଲେ ।
