ସୁଶାସନ ସପ୍ତାହ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ

ଜଗତସିଂହପୁର, ୨୩/୧୨/୨୦୨୫ (ଓଡ଼ିଶା ସମାଚାର)-  ସରକାରଙ୍କର ଲକ୍ଷ୍ୟ ତଥା ଉଦ୍ଦେଶ୍ୟ ସରକାର ଓ ପ୍ରଶାସନ ଗ୍ରାମରେ ପହଞ୍ଚିବା ଓ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବା।ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ଲୋକଙ୍କ ହିତରେ ଲାଗିବା ସହ ଏହାର ସୁଫଳ ଯେପରି ସମସ୍ତେ ପାଇବେ ସେଥିପାଇଁ ସଚେତନତା ସୃଷ୍ଟି ବ୍ୟବସ୍ଥା କରାଯାଇଛି।ଏହି ଉଦ୍ଦେଶ୍ୟ ରେ ‘ପ୍ରଶାସନ ଗାଁଓ କି ଓର’ ବା ପ୍ରଶାସନ ଗ୍ରାମ ଅଭିମୁଖେ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେବା ନିବୃତ୍ତ ଭାରତୀୟ ପ୍ରାସାସନିକ ଅଧିକାରୀ ତଥା ଜଗତସିଂହପୁର ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଶ୍ରୀ ନାରାୟଣ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ଜିଲ୍ଲା ତଥା କ୍ଷତ୍ରିୟ ଅଧିକାରୀ ମାନଙ୍କୁ  ପ୍ରଶାସନିକ ବ୍ୟବସ୍ଥା ରେ ଜନସାଧାରଣ ଉପକୃତ ହେବା, ସରକାର ଙ୍କ କଲ୍ୟାଣ କାରୀ ଯୋଜନା ର ସୁଫଳ ପାଇବା ନିମନ୍ତେ ପଦକ୍ଷେପ ଆଦି ସଂପର୍କ ନିଜ ଅଭିଜ୍ଞତା ରୁ ଉପଦେଶ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଅଧ୍ୟକ୍ଷତା  ପ୍ରଶାସନିକ ବ୍ୟବସ୍ଥା ରେ ସ୍ୱଚ୍ଛତା ର ସହ ତୃଣମୂଳ ସ୍ତରରେ ସରକାର ଙ୍କ ଯୋଜନା ପହଞ୍ଚାଇବାକୁ କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ କହିଥିଲେ ଯେ ଜନ ଅଭିଯୋଗ ଶୁଣାଣି ମାଧ୍ୟମ ରେ ଜନସାଧାରଣ ଙ୍କ ଆପତ୍ତି ଅଭିଯୋଗ ର ଶୁଣାଣୀ କରାଯାଉଛି।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ , ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସତ୍ୟବ୍ରତ ଦାଶ ପ୍ରମୁଖ ମଞ୍ଚାସିନ ଥିଲେ।ପ୍ରକାଶ ଥାଉକି, ଚଳିତ ମାସ ୧୯ ତାରିଖ ରୁ ୨୫ ତାରିଖ ପର୍ଯ୍ୟନ୍ତ ଭାରତ ସରକାରଙ୍କ ତରଫରୁ ସୁଶାସନ ସପ୍ତାହ ଭାବେ ପାଳନ କରାଯାଉଛି। ଏହି ଉପଲକ୍ଷେ ଅଧିକାରୀ ମାନେ  ଜିଲ୍ଲା ର ବିଭିନ୍ନ  ପଞ୍ଚାୟତ ଗସ୍ତ କରି ହିତାଧିକାରୀଙ୍କ ସହ ଆଲୋଚନା ସହ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରୁଛନ୍ତି । ଆଜିର କର୍ମଶାଳା ରେ ନିର୍ବାହୀ ଅଧିକାରୀ, ପାରାଦ୍ଵୀପ ପୌର ପରିଷଦ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ଡେପୁଟି କଲେକ୍ଟର, ଗ୍ରିଭାନ୍ସ, ଏସ ଇ ଆର ଡବ୍ଲୁ ଏସ ଏସ, ଏସ ଇ ମହାନଦୀ ସାଉଥ ଡିଭିଜନ,ଓ ଅବକାରୀ ଅଧିକ୍ଷିକା ଗୁଡ଼ ଗଭରନାନସ୍ ପ୍ରାକ୍ଟିସ ରେ ନିଜ ବିଭାଗ ର ସଫଳତା ବିଷୟ ରେ ପାୱାର ପଏଣ୍ଟ ମାଧ୍ୟମ ରେ ବର୍ଣ୍ଣନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । କର୍ମଶାଳା ରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ନିର୍ବାହୀ ଅଧିକାରୀ, ବିଡ଼ିଓ,ତହସିଲଦାର, ଅଧିକ୍ଷଣ ଯନ୍ତ୍ରୀ ତଥା କର୍ମଚାରୀ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *