ଭୁବନେଶ୍ୱର,୨୫/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ଥାନୀୟ ରୋଟାରି ଭବନ ପରିସରରେ କ୍ଷୁଦ୍ର ନାଟକ ଓ ନୃତ୍ୟ ମାଧ୍ୟମରେ ରବିବାର ଦିନ ଏକ କ୍ୟାନସର ସଚେତନତା କାର୍ୟ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଏହି କାର୍ୟ୍ୟକ୍ରମ ଏମ୍. ଡି. କ୍ରିଏସନ୍ସ ଏବଂ ଗ୍ରୁପ ଦ୍ବାରା ଛୋଟ ନାଟକ ଓ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଇ ଥିବା ବେଳେ ଗ୍ରୁପର କଳାକାର ସଦସ୍ୟ ମାନେ ପ୍ରଦର୍ଶନ କରିଥିଲେ।
ଲୋକମାନଙ୍କ ମଧ୍ୟରେ କ୍ୟାନସର ସମ୍ପର୍କିତ ସଚେତନତା ବୃଦ୍ଧି କରିବା ଏବଂ ଏହାକୁ ତୁରନ୍ତ ଚିହ୍ନଟ କରିବା ସହ ଚିହ୍ନଟ ବ୍ୟକ୍ତିର କିପରି ଚିକିତ୍ସା
କରାଯାଇ ପାରିବ ସେ ବିଷୟରେ ଅବଗତ କରାଯାଇ ଥିଲା ଏବଂ ରୋଗୀମାନେ କିପରି ଆରୋଗ୍ୟ ଜୀବନ ଅତିବାହିତ କରିପାରିବେ ତାହା ଉପସ୍ଥିତ ଡ. ଅମିତାଭ ଜେନା, ଡ. ସଞ୍ଜିବ ମିଶ୍ର, ଡ. ଅନ୍ତରା ସନ୍ୟାଲ, ଡ. ଆରତୀ ନାୟକ, ଡ. ପି. କେ. ସାହୁ ପ୍ରମୁଖ ସଚେତନ କରିବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଥିଲେ।
କାର୍ୟ୍ୟକ୍ରମ ଶେଷରେ ଏମ୍. ଡି. କ୍ରିଏସନ୍ସର ମୁଖ୍ୟ ମନୋରଞ୍ଜନ ଦାସ ଏବଂ ମମତା ଦାଶ ସଚେତନତା ଅଭିଯାନରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ କୁମାର ଗୌରବ ଓ ଅନୁସୂୟା ସାହୁ କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ।
