କେନ୍ଦ୍ରାପଡ଼ା,୧୭/୧୨/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ତହସିଲରେ ବୁଧବାର ଜିଲାପାଳ ରଘୁରାମ ଆର. ଆୟର ରାଜସ୍ୱ ସଂକ୍ରାନ୍ତୀୟ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଛନ୍ତି । ଏହି ଅଭିଯୋଗ ଶୁଣାଣିରେ କେନ୍ଦ୍ରାପଡା ତହସିଲଦାର ସୁଶ୍ରୀ କୁଇନି ଜେନା ଉପସ୍ଥିତ ରହି ସହାୟତା ପ୍ରଦାନ କରିଥିଲେ । ଆଜି ମୋଟ ୨୧ ଟି ଅଭିଯୋଗ ମଧ୍ୟରୁ ୨୦ ଟି ବ୍ୟକ୍ତିଗତ ଏବଂ ଗୋଟିଏ ସାମୂହିକ ରାଜସ୍ୱ ଅଭିଯୋଗ ପଞ୍ଜିକୃତ ହୋଇଥିଲା ।
ପ୍ରକାଶଥାଉ କି ଆସନ୍ତା ୨୦ ତାରିଖରେ ପଟ୍ଟାମୁଣ୍ଡାଇ ତହସିଲ, ୨୪ ତାରିଖରେ ଡେରାବିଶ ଏବଂ ୨୬ ତାରିଖରେ ମାର୍ଶାଘାଇ ତହସିଲରେ ପୂର୍ବାହ୍ନ ୧୦.୩୦ ରୁ ଦିନ ୧ ଘଟିକା ପର୍ଯ୍ୟନ୍ତ ରାଜସ୍ୱ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ । ଜନସାଧାରଣଙ୍କ ରାଜସ୍ୱ ସଂକ୍ରାନ୍ତୀୟ କୌଣସି ଅଭିଯୋଗ ଥିଲେ ଧାର୍ଯ୍ୟ ଦିନ ଏବଂ ସମୟରେ ତହସିଲରେ ଉପସ୍ଥିତ ରହି ଅଭିଯୋଗ କରିପାରିବେ । ଅଭିଯୋଗ ଶୁଣାଣିରେ ଅନ୍ୟମାନଙ୍କ ମଧ୍ୟରେ ତହସିଲ କର୍ମଚାରୀ ପ୍ରଦୀପ କୁମାର ଦାସ, ସୌଭାଗ୍ୟ ଦାସ, ଉମେଶ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ ।
