କଟକ ସଦର,୦୭/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗ୍ରାମାଞ୍ଚଳ ର ସ୍ୱ।ସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବାକୁ ସରକାର ନିରବଚ୍ଛିନ୍ନ ଉଦ୍ୟମ ଚଳାଇଥିବା ବେଳେ ବିଜୁ ସ୍ୱ।ସ୍ଥ୍ୟ କାର୍ଡ ଓ ଆୟୁଷ୍ମାନ ଭାରତ କାର୍ଡ ରୋଗୀମାନଙ୍କ ପାଇଁ ବରଦାନ ସଦୃଶ ହୋଇଛି।
ଏଥିରେ ଅନୁବନ୍ଧିତ କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଥିବା ଅଗ୍ରଣୀ ଜୀବନ ଜ୍ୟୋତି ନର୍ସିଙ୍ଗ ହୋମ୍ ସ୍ୱ।ସ୍ଥ୍ୟ ସେବା କ୍ଷେତ୍ରରେ ୮ ବର୍ଷ ହେଲା ନିରବଚ୍ଛିନ୍ନ ସେବା ଯୋଗାଇ ଉଦାହରଣ ସୃଷ୍ଟି କରିଥିବା ବେଳେ ଏବେ ଆଉ ପାଦେ ଆଗକୁ ଯାଇଁ କଟକ-ପାରାଦୀପ ରାସ୍ତାର ରାମକୁମାରପୁର ଠାରେ ସେହି ନାମରେ ଅତ୍ୟାଧୁନିକ ଜୀଵନ ଜ୍ୟୋତି ହସ୍ପିଟାଲ ଖୋଲି ସେବା ଯୋଗାଇବାକୁ ପ୍ରୟାସ ଆରମ୍ଭ କରିଛି।
ଏଠାରେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ରୋଗନିରୁପଣ, ଅଲଟ୍ରାସାଉଣ୍ଡ ପ୍ରଭୃତି କରାଯାଇ କାର୍ଡ ମାଧ୍ୟମରେ ଅସ୍ତ୍ରୋପଚାର ସହ ମାଗଣା ଚିକିତ୍ସା ସୁବିଧା ମିଳୁଥିବା ଜଣାପଡିଛି। ମାନବ ସେବା କୁ ମାଧବ ସେବା ଭାବେ ଗ୍ରହଣ କରି ନର୍ସିଙ୍ଗ ହୋମ୍ ର ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ନାୟକ ଓ ନିର୍ଦେଶକ ଜୟନ୍ତୀ ନାୟକ ପତିପତ୍ନୀ ଦୁଇଜଣ ଗ୍ରାମାଞ୍ଚଳରେ ସ୍ୱ।ସ୍ଥ୍ୟ ସେବା କୁ ଗୁରୁତ୍ୱ ଦେଇଥିବା ରୁ ସେମାନଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି।