କଟକ ସଦର,୧୭/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶାର ପ୍ରଥମ ରାଜଵନ୍ଦୀ, ପୂର୍ବତନ ମନ୍ତ୍ରୀ ତଥା କିଶନନଗର ମାଟିର ବରପୁତ୍ର ସ୍ୱର୍ଗତ ରାଜକୃଷ୍ଣ ବୋଷଙ୍କ ୧୨୫ ତମ ଜୟନ୍ତୀ ଉତ୍ସବ ଆଜି ବୁଧବାର ଦିନ କିଶନନଗର ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଜୟନ୍ତୀ ସମାରୋହ କମିଟିର ସଂପାଦକ ଡ଼ଃ କିଶୋର ଚନ୍ଦ୍ର ଦାସ ଙ୍କ ପୈ।ରୋହିତ୍ୟରେ ଏଵଂ ରଘୁନାଥ ଚୈ।ଧୁରୀଙ୍କ ସଂଯୋଜନା ରେ ଆୟୋଜିତ ଜୟନ୍ତୀ ସଭାରେ ଓଡ଼ିଶାର ଉଚ୍ଚଶିକ୍ଷା, କ୍ରିଡ଼ା ଯୁବ ବ୍ୟାପାର,ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବଡମ୍ବା ବିଧାୟକ ବିଜୟ କୁମାର ଦଳବେହେରା, କିଶନନଗର ମାଟିର ପୁଅ ତଥା କଟକ ସଦର ବିଧାୟକ ଇଂ ପ୍ରକାଶ ସେଠୀ,ବରିଷ୍ଠ ଆଇନଜୀବୀ ଜ୍ଞାନ ଗୁରୁ ଦାସ, ବରିଷ୍ଠ ବିଜେପି ନେତା ଲଲାଟେନ୍ଦୁ ଵଡୁ, କିଶନନଗର ସରପଂଚ ସୁଜାତା ସେଠୀ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ରାଜକୃଷ୍ଣ ଙ୍କ ରାଜ୍ୟ ତଥା କିଶନନଗର ପାଇଁ ଦାନ ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ କିଶନନଗର ମାଟିର ଅନ୍ୟତମ ତିନି ବରପୁତ୍ର ରାଜକୃଷ୍ଣ ବୋଷ, କଟକ ବାରବାଟି ଷ୍ଟାଡିୟମ ର ପ୍ରତିଷ୍ଠାତା ଭୈରବ ଚନ୍ଦ୍ର ମହାନ୍ତି ଓ ସ୍ୱାଧୀନତା ସଂଗ୍ରାମୀ, ଜ୍ଞାନ ମଣ୍ଡଳ ର ପ୍ରତିଷ୍ଠାତା ପଦ୍ମଶ୍ରୀ ବିନୋଦ କାନୁନଗୋ ଙ୍କ ପ୍ରତିମୂର୍ତ୍ତି କୁ କିଶନନଗର ଥାନା ଗଡା ନିକଟରେ ମନ୍ତ୍ରୀ ଉନ୍ମୋଚନ କରିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ହୃଷିକେଶ ଜେନା, ରମା ପ୍ରସାଦ ବିଶ୍ୱାଳ,ସାଧୁ ଜେନା, ତ୍ରୈଲୋକ୍ୟ ନାଥ ଗୁଇଁ, ଇଂ ପ୍ରଭାତ କୁମାର ସେଠୀ,କ୍ଷିତେନ୍ଦ୍ର ମିତ୍ର, ସ୍ଥାନୀୟ ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ, କାର୍ତ୍ତିକ ସାହୁ ପ୍ରମୁଖ ଯୋଗ ଦେଇ ସମାରୋହ କୁ ପରିଚାଳନା ରେ ସହାୟତା କରିଥିଲେ।
