ରାଉରକେଲା,୧୫/୧୨/୨୦୨୫ (ଓଡ଼ିଶା ସମାଚାର)- ରାଉରକେଲା କ୍ଲବ ଠାରେ ମ୍ୟୁଜିକ ସେଲିବ୍ରେସନ ତରଫରୁ ଏକ ସଂଗୀତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ହିମାଂଶୁ ମହାନ୍ତି ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ର ପୂର୍ବତନ ନିର୍ଦ୍ଦେଶକ ଡ଼ ଅତନୁ ଭୌମିକ ଯୋଗ ଦେଇଥିଲେ।
ମ୍ୟୁଜିକ ସେଲିବ୍ରେସନ ର ସଦସ୍ୟ ସଦସ୍ୟା ମାନେ ହିନ୍ଦୀ, ଓଡ଼ିଆ, ବେଙ୍ଗଲୀ ସିନେମା ର କଣ୍ଠ ଶିଳ୍ପୀ କିଶୋର କୁମାର, ୟୁସୁ ଦାସ, ମହମ୍ମଦ ରଫି, ଲତା ମଙ୍ଗେସକର, ଆଶା ଭୋସଲେ ଗାଇଥିବା ଗୀତ ସବୁ ମ୍ୟୁଜିକ ସେଲିବ୍ରେସନର ସଦସ୍ୟ ସଦସ୍ୟା ସର୍ବଶ୍ରୀ ହିମାଂଶୁ ମହାନ୍ତି,ଶ୍ରୀକାନ୍ତ ଚୌଧୁରୀ, ସତ୍ୟଜୟ ତ୍ରିପାଠୀ, ବାସନ୍ତୀ ତାଣ୍ଡି, ଯେଭାନ ସମାସୀ, ମାଳା ସମାସୀ, ମିନତୀ ତ୍ରିପାଠୀ, ଲିନା ସେନାପତି, ସୁଜିତ ବେହେରା, ଅଶ୍ୱିନୀ ନାୟକ, ସ୍ମୃତି ରଞ୍ଜନ ନାୟକ, ଯୋଗୀନ୍ଦ୍ର ସିଂହ, ରାଜା ରୁପା ଜ୍ୟୋତି ରେଡି, ସୁସ୍ମିତା ମୁଖାର୍ଜୀ,ପ୍ରାଞ୍ଜଲୀ ନାଗ,ନନ୍ଦନ ମୁଖାର୍ଜୀ ପ୍ରମୁଖ ଗୀତ ଗାଇଥିଲେ ।
ଶେଷରେ ସୁସ୍ମିତା ମୁଖାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ ।
