ନିରାକାରପୁର, ୨୧/୬/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ମଳିପଡ଼ାସ୍ଥ କବି ପ୍ରସନ୍ନ ପାଟ୍ଟଶାଣୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ମିହିର ଚନ୍ଦ୍ର ମହାପାତ୍ର ଉଦଘାଟନ କରିଥିଲେ । ଦୈନନ୍ଦିନ ଜୀବନରେ ଶାରୀରିକ ଓ ମାନସିକ ସୁସ୍ଥତା ନିମନ୍ତେ ଯୋଗାଭ୍ୟାସର ଗୁରୁତ୍ୱ ରହିଅଛି । ଏହା ମନୁଷ୍ୟକୁ ନିରୋଗ ରଖିବା ସହ ମାନସିକ ଶାନ୍ତି ପ୍ରଦାନ କରିଥାଏ । ଏହି ମନ୍ତ୍ରକୁ ନିଜ ଜୀବନରେ କାର୍ଯ୍ୟକାରୀ କରିବାକୁ ଅଧ୍ୟକ୍ଷ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ଯୋଗାଗୁରୁ ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ସାହୁ ଶିକ୍ଷାର୍ଥୀମାନଙ୍କୁ ଦୈନିକ ଯୋଗାଭ୍ୟାସ କରିବାକୁ ଉପଦେଶ ଦେବା ସହିତ ବହୁ ଉପାଦେୟ ଯୋଗାସନର ଶିକ୍ଷା ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।ରେଡକ୍ରସ ଓ ଏନ.ଏସ.ଏସ ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗଦାନ କରିଥିଲେ । ସେହିପରି ଓଳସିଂହ ରଘୁନାଥ ଆଦର୍ଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଧକ୍ଷ ସୁଧାଂଶୁ ଭୁଷଣ ଦାସଙ୍କ ଦ୍ଵାରା ଯୋଗ ଶିବିର ଉଦଘାଟିତ ହୋଇଥିବାବେଳେ ଅଧ୍ୟାପକ ସୁରେନ୍ଦ୍ର କୁମାର ପ୍ରଧାନ ଶିବିର ପରିଚାଳନା କରିଥିଲେ। ଶେଷରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। କମାଗୁରୁ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଶିବିରକୁ ଅଧ୍ୟାପିକା ଡ ରେଣୁବାଳା ସାମନ୍ତରାୟ ପରିଚାଳନା କରିଥିବାବେଳେ ଅତିଥି ଭାବେ ସମାଜସେବୀ ଗୋଦାବରୀଶ ସାହୁ ଓ ରମେଶ ଚନ୍ଦ୍ର ରାଉତ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାରର ଯୋଗ ପ୍ରଦର୍ଶନ କରିଥିଲେ। ସରକାରୀ ପ୍ରାଥମିକ ବିଦ୍ୟାଳୟ ଜଗନ୍ନାଥପୁର ଭୂଷଣ୍ଡପୁର ଠାରେ ଆନ୍ତର୍ଜାତିୟ ଯୋଗ ଦିବସ ଅବସରରେ ଶିକ୍ଷକ ଯୁଧିଷ୍ଠିର ଜଗଦେବଙ୍କ ତତ୍ତ୍ବାବଧାନ ରେ ଯୋଗ ଦିବସ ପାଳନ କରାଯାଇଛି।ବରିଷ୍ଠ ନାଗରିକ ଆବାସ ନିରାକରପୁର ଠାରେ ଯୋଗ ଦିବସ ସବିତାରାଣୀ ଜେନାଙ୍କ ତତ୍ତ୍ବାବଧାନରେ ପାଳନ କରାଯାଇଥିବାବେଳେ ଲେଣ୍ଡୁ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୋମନାଥ ବେହେରା ଙ୍କ ସଭାପତିତ୍ବରେ ଯୋଗ ଦିବସ ପାଳନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ପ୍ରଣତୀ ବେହେରା, ପ୍ରଜ୍ଞା ପ୍ରଣିତା ମଙ୍ଗରାଜ, ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ମଳୟ ମଙ୍ଗରାଜ ଓ ଚରଣ ସେଠୀ ପ୍ରମୁଖ ଯୋଗ ଶିବିର ପରିଚାଳନା କରିଥିଲେ। ବେଦାଚାର୍ଯ୍ୟମାନଙ୍କ ଦ୍ଵାରା ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ। ଗୌରାଙ୍ଗ ବେଦ ବିଦ୍ୟାଳୟରେ ମହର୍ଷି ସାନ୍ଦିପନୀ ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନ ଦ୍ବାରା ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି। ଏଥିରେ ସମଗ୍ର ଭାରତର ବିଶିଷ୍ଟ ବୈଦିକ ବିଦ୍ୱାନ ମାନେ ଯୋଗ ଦ୍ବାରା କିଭଳି ବିଶ୍ବର କଲ୍ୟାଣ ହେବା ସହ କିପରି ମାନବ ସମାଜର ଶାରୀରିକ, ମାନସିକ ଓ ଭୌତିକ ବିକାଶ ହୋଇଥାଏ ନିଜ ନିଜର ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିରାକାରପୁର ଅଞ୍ଚଳ ର ପଣ୍ଡିତ କୃପାସିନ୍ଧୁ ପଣ୍ଡା ଯୋଗ ଦେଇ ଶିବିର ପରିଚାଳନା କରିଥିଲେ । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଡି ଏ ଭି କଲେଜ ପରିସରରେ ଅଧକ୍ଷା ବ୍ରତତୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୋଗ ଶିବିରରେ କଲେଜ ପରିଚାଳନା କମିଟି ସଭାପତି ଡ ସଞ୍ଜୟ କୁମାର ମହାପାତ୍ର ଓ ଭାରତୀୟ ଯୋଗ ସଂସ୍ଥାନ ସ୍ଥାନୀୟ ଶାଖା ପ୍ରଶିକ୍ଷକ ଦିବାକର ସାହୁ ଦେଇ ଆନୁଷ୍ଠାନିକ ଭାବେ ଯୋଗ ଶିବିରକୁ ଉଦଘାଟିତ କରିଥିଲେ। ଅଧ୍ୟାପକ ସୌରଭ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପକ ଡ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚଳନ କରିଥିଲେ। ଅଧ୍ୟାପକ ଡ କୈବଲ୍ୟ ଚରଣ ପତି ଯୋଗ ଅଭ୍ୟାସ ସମ୍ପର୍କରେ ଆଲୋକପାତ କରିଥିଲେ। ଯୋଗ ଦିବସର ପରିଚାଳନା ମୁଖ୍ୟ ଡ ଜୟନ୍ତ ବାନାର୍ଜୀ ପ୍ରଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗୀତା କରାଯାଇ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଗିରିଜା ଶଙ୍କର ମହାପାତ୍ର, ଚନ୍ଦନ କୁମାର ମିଶ୍ର, ମୋନାଲିସା ଆଚାର୍ଯ୍ୟ ପ୍ରଭୃତି ପରିଚାଳନା କରିଥିଲେ।ଯୋଗ ପ୍ରଶିକ୍ଷକ ଓମ ପ୍ରକାଶ ମିଶ୍ର, ବିହାରୀ ଚରଣ ସାହୁ, ଭାଗ୍ୟଲକ୍ଷ୍ମୀ ପ୍ରଧାନ, କଳ୍ପନା ସାହୁ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଅଧ୍ୟକ୍ଷ। ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ।