କେନ୍ଦ୍ରାପଡା କଲେଜ ଜମି ପାଇଁ ପୁରାତନ ଛାତ୍ର ସଂସଦ ବୈଠକରେ ଉଦବେଗ

କେନ୍ଦ୍ରାପଡ଼ା, ୧୩/୧୨/୨୦୨୫(ଓଡ଼ିଶା ସମାଚାର)-କନେ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ର ଏକ ବୈଠକ ସଭାପତି ପ୍ରଫେସର ଦୁର୍ଯେ୍ୟାଧନ ପରିଡାଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ମିନି କନଫରେନ୍ସ ହଲରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ କାର୍ଯ୍ୟକାରୀ ସଭାପତି ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଶାନ୍ତନୁ କୁମାର ଜେନା ଉପସ୍ଥିତ ଥିଲେ । ସଂସଦର ସମ୍ପାଦକ ଡ. ପ୍ରମୋଦ କୁମାର ଦାସ ବୈଠକର ଉଦେ୍ଦଶ୍ୟ ଜ୍ଞାପନ କରିବା ସହ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । କଲେଜ ସଂଲଗ୍ନ ତଥା କଲେଜ ପରିସରରେ ଥିବା ଭିନ୍ନ ଭିନ୍ନ ବ୍ୟକ୍ତି ତଥା ସରକାରୀ ସଂସ୍ଥା ଦ୍ୱାରା ବ୍ୟବହାର ହେଉଥିବାରୁ କଲେଜର ଶୈକ୍ଷିକ କାର୍ଯ୍ୟକଳାପ ବ୍ୟାହତ ହେଉଥିବା ମତ ପ୍ରକାଶ ପାଇଥିଲା ।

କଲେଜ ନାମରେ ନିକଟ ଅତୀତରେ ରେକର୍ଡଭୁକ୍ତ ହୋଇଥିବା ସାଢେ ୭ଏକର ଜମିକୁ ଚିହ୍ନଟ କରିବା ପାଇଁ କଲେଜ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଯଥାଶୀଘ୍ର ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ନିବେଦନ କରାଯାଇଥିଲା । ଏତଦବ୍ୟତିତ ଭବିଷ୍ୟତରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୈକ୍ଷିକ ବିକାଶ କରିବା ପାଇଁ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ବକ୍ତୃତାମାଳା ଆୟୋଜନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏଥିନିମିତ୍ତ ଏକ ଏଗାର ଜଣିଆ ପୁରାତନ ଛାତ୍ର ସଂଯୋଗ କମିଟି ଗଠନ କରାଯାଇ କଲେଜ ସହ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ବୈଠକରେ ବନ୍ଦ ହୋଇଯାଇଥିବା ବିଏଡ୍ କଲେଜର ସମ୍ପତିକୁ ତା’ର ବାଇ- ଲ ଅନୁଯାୟୀ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ହସ୍ତାନ୍ତର କରିବା ପାଇଁ ସହମତି ପ୍ରକାଶ ପାଇଥିଲା ।

ଏଦିଗରେ ସ୍ଥାନୀୟ ପ୍ରଶାସନ ତଥା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତି ଗ୍ରହଣ କରାଗଲା । ପ୍ରାକ୍ତନ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ନେଇ ଭବିଷ୍ୟତରେ ଏକ ମିଳିତ ବୈଠକ କରାଯିବା ପାଇଁ ଉକ୍ତ ବୈଠକରେ ନିଷ୍ପତି ନିଆଯାଇଥିଲା । ଶେଷରେ ଅଧ୍ୟାପିକା ଡ. ଦିପ୍ତୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ନନ୍ଦ କିଶୋର ପରିଡା, ଅଜୟ ସାମଲ, ଡ. ଅମୀୟ କୁମାର ମହାନ୍ତି, ଚିତରଞ୍ଜନ ଦାସ, ବିଶ୍ୱନାଥ ଆଚାର୍ଯ୍ୟ, ଡ. ତୈ୍ରଲୋକ୍ୟନାଥ ସାମଲ, ଡ. ପ୍ରଦୀପ୍ତ କିଶୋର ଦାଶ, ସାହିତି୍ୟକ ଡ. ବାସୁଦେବ ଦାସ, ବିଶ୍ୱଜିତ ଦାସ, ଶରତ କୁମାର ସିଂ, ଡ. ରଶ୍ମୀ କର, ଡ. ପ୍ରଭାକର ମଲ୍ଲିକ, ଡ. ରତ୍ନମଞ୍ଜରୀ ଦାଶ, କ୍ୟାପଟେନ ସୀମା ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *