ପାରାଵିଲ୍ ଗଜଲକ୍ଷ୍ମୀ ଭସାଣୀ ଶାନ୍ତି ଶୃଙ୍ଖଳାରେ ଶେଷ

କଟକ ସଦର,୨୨/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ କଟକ ସଦରର ପ୍ରସିଦ୍ଧ ପାରାଵିଲ୍ ଗଜଲକ୍ଷ୍ମୀ ଭସାଣୀ ଆଜି ମଙ୍ଗଳବାର ଦିନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ସରକାରୀ ନୀତି ନିୟମକୁ ପାଳନ ସହ ପ୍ରତ୍ୟେକ ମେଢ଼ ଶୋଭାଯାତ୍ରାରେ ସାହି ପରିକ୍ରମା କରି ମେଲଣ ପଡ଼ିଆରେ ଏକତ୍ରିତ ହେବା ପରେ କ୍ରମାନ୍ୱୟରେ ଯାଇଁ ପୂଣ୍ୟତୋୟା ରତ୍ନଯୋରୀ ରେ ଵିସର୍ଜିତ ହୋଇଥିଲେ।  ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ କିଶନନଗର ଥାନା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଡିଜେ କିମ୍ଵା ବ୍ୟାଣ୍ଡ ପାର୍ଟି ବ୍ୟତୀତ ଶରତ ଚନ୍ଦ୍ର ବାଡି ଙ୍କ ଶୋଭାଯାତ୍ରା ନିଆରା ଢଙ୍ଗରେ ଚତୃଦ୍ଧା ମୂର୍ତ୍ତି ପ୍ରଜ୍ଞାପନ ମେଢ ଉପରେ ଦେବଦାସୀ ଓ ଗୋଟିପୁଅ ନୃତ୍ୟ ବେଶ୍ ଉପଭୋଗ୍ୟ ହୋଇଥିଲା। ଏହି ଅବସରରେ ଶରତ ଚନ୍ଦ୍ର ବାଡିଙ୍କ ପୂଜା ମଣ୍ଡପରେ ଗ୍ରାମ୍ୟ ମୁରଵୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ପ୍ରତ୍ୟେକ ପୂଜା ମଣ୍ଡପ ଗୁଡିକ ପରିଦର୍ଶନ କରି ଆଶିର୍ଵାଦ ଭିକ୍ଷା କରିଥିଲେ। ବିସର୍ଜନ ହେଵା ନିର୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ପୋଲିସ ଶୋଭାଯାତ୍ରା ବନ୍ଦ କରିଥିବା ପରବର୍ତ୍ତୀ ଖଵର ରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *