ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା

କଟକ,୦୫/୧୨/୨୦୨୫ (ଓଡ଼ିଶା ସମାଚାର)- ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ସକାଳ ୯ଟାରୁ ସାଢ଼େ ୧୧ଟା ଯାଏ ପରୀକ୍ଷା ଚାଲିବ। ଗଣିତ ପରୀକ୍ଷାରେ ଛାତ୍ରୀଛାତ୍ରଙ୍କୁ ଅଧିକ ୧୫ ମିନିଟ ଦିଆଯିବ । ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୨ ଯାଏ ମାଟ୍ରିକ ପରୀକ୍ଷା ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି।

କେଉଁ ଦିନ କେଉଁ ପରୀକ୍ଷା ରହିଛି ତାହାର ପୁରା କାର୍ଯ୍ୟ ସୂଚୀ ବୋର୍ଡ ପକ୍ଷରୁ ଦିଆଯାଇଛି । ଫେବୃଆରୀ ୧୯ ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା । ଏହାପରେ ୨୧ରେ ଇଂରାଜୀ, ୨୩ରେ ସଂସ୍କୃତ ଏବଂ ହିନ୍ଦୀ, ୨୫ରେ ବିଜ୍ଞାନ ପରୀକ୍ଷା ରହିଥିବା ବେଳେ ୨୭ରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ।

 

Leave a Reply

Your email address will not be published. Required fields are marked *