ଆସନ୍ତା ୧୨ ଡିସେମ୍ବର ୨୦୨୫ ରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ 

ଜଗତସିଂହପୁର ୦୩/୧୨/୨୦୨୫ (ଓଡ଼ିଶା ସମାଚାର)-  ଆସନ୍ତା ଡ଼ିସେମ୍ବର ୧୨ ତାରିଖ ରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହେବ । ୧୫ରୁ ୨୯ ବର୍ଷର ପ୍ରତିଯୋଗୀଙ୍କ ମଧ୍ୟରେ ବକ୍ତୃତା(Declamation), ଗଳ୍ପ ଲିଖନ, ପଦ୍ୟ ଲିଖନ, ଚିତ୍ରାଙ୍କନ, ଲୋକ ନୃତ୍ୟ, ଲୋକ ସଙ୍ଗୀତ, ବିଜ୍ଞାନ ମେଳା  ପ୍ରତିଯୋଗିତା ଅନୁଷ୍ଠିତ ହେବ।

ଜିଲ୍ଲା ର ଯୁବ ପ୍ରତିଭା ମାନଙ୍କୁ ଏହି ଯୁବ ଉତ୍ସବ ରେ ଅଂଶ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ଏହି ଉତ୍ସବ ରେ ଉନ୍ନୀତ କୃତୀ ପ୍ରତିଯୋଗୀ ମାନେ ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବ ରେ ଜଗତସିଂହପୁର ଜିଲ୍ଲା କୁ ପ୍ରତିନିଧିତ୍ଵ କରିବେ । ଏଥି ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତା ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ସମ୍ପର୍କିତ ତଥ୍ୟ ଜିଲ୍ଲା କ୍ରୀଡ଼ା ଓ ଯୁବ ସେବା ବିଭାଗ, ଜଗତସିଂହପୁର ପକ୍ଷରୁ ସୂଚନା ଦିଆଯାଇଛି ଓ ଅଧିକ ତଥ୍ୟ ନିମନ୍ତେ ଜିଲ୍ଲା କ୍ରୀଡା ଅଧିକାରୀ ଙ୍କୁ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *