ଗରଦପୁର, ୨୨/୦୪/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା କୁଦାନଗରୀ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ଥାନା ନିକଟସ୍ଥ କୋରୁଆ ସରକାରୀ ସ୍କୁଲ ର ଇଂରାଜୀ ଶିକ୍ଷକ ରଂଜନ କୁମାର ଜେନା ଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି । ଏହି ଶିକ୍ଷକ ୨୦୨୨ ମସିହାରୁ ଏଠାରେ କାର୍ଯ୍ୟରତ ଥିଲେ । ତାଙ୍କ ବିରୁଦ୍ଧରେ ଜଣେ ନାବାଳିକା ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିବାରୁ କୁଦାନଗରୀ ଥାନା ପୋଲିସ ତାଙ୍କୁ ଗିରଫ କରିଛି । ତାଙ୍କ ଘର ବାଲେଶ୍ୱର ଜିଲାରେ ବୋଲି ଜଣାପଡ଼ିଛି ।
ଅଭିଯୋଗ ଅନୁଯାୟୀ ଟ୍ୟୁସନ୍ ଦେବା ନାମରେ ସ୍ଥାନୀୟ ଅଂଚଳର ଜଣେ ନାବାଳିକା ଛାତ୍ରୀ ଙ୍କୁ ସେ ରହୁଥିବା ଭଡ଼ା ଘରକୁ ଡ଼ାକି ଥିଲେ । ଟ୍ୟୁସନ୍ କରିବା ବାହାନାରେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀ ଙ୍କ ପରିବାର ପକ୍ଷରୁ କୁଦାନଗରୀ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ଆଧାରରେ କେଶ ନଂ- ୧୩୪/୨୬ ରୁଜୁ କରାଯାଇଛି । ପୋଲିସ ଅଭିଯୁକ୍ତ ଶିକ୍ଷକ ରଂଜନ ଜେନାଙ୍କୁ ଗିରଫ କରିଥିବା କୁଦାନଗରୀ ଥାନା ଅଧିକାରୀ ଜଗନ୍ନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ଘଟଣା ପରେ ଅଭିଭାବକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ପୋଲିସ ଘଟଣା ର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି ।
