ଭୁବନେଶ୍ୱର,୩୦/୧୧/୨୦୨୫ (ଓଡ଼ିଶା ସମାଚାର)- ବିଗତ ଆଠ ବର୍ଷ ଧରି ଓଡିଶାର ବିଜୁଳି ଗ୍ରାହକମାନେ ଅନୁମୋଦିତ ହାର ଠାରୁ ଅଧିକ ବିଜୁଳି ଶୁଳ୍କ ଗଣି ଆସୁଛନ୍ତି । କେବଳ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ଏକ କୋଟି ଏଗାର ଲକ୍ଷ ବିଜୁଳି ଗ୍ରାହକଙ୍କ ଠାରୁ ଟାଟା ପାୱାର ଅଧିକ ୧୦୬୫(ଏକ ହଜାର ପଞ୍ଚସଠି କୋଟି ) ଟଙ୍କା ଆଦାୟ କରିଛି । ଓ. ଇ. ଆର. ସି କର୍ତୃପକ୍ଷ ବିଜୁଳି ୟୁନିଟ ପିଛା ଗତ ଆର୍ଥିକ ବର୍ଷ ପାଇଁ ପାଞ୍ଚ ଟଙ୍କା ଶତସଠି ପଇସା ଦର ନିର୍ଦ୍ଧାରଣ କରିଥିଲେ । କିନ୍ତୁ ଟାଟା ପାୱାର ୟୁନିଟ ପିଛା ଆଦାୟ କରିଛି ଛଅ ଟଙ୍କା ତିନି ପଇସା । ଅର୍ଥାତ ୟୁନିଟ ପିଛା ଟାଟା ପାୱାର ଗ୍ରାହକଙ୍କୁ ଲୁଟିଛି ୩୬ପଇସା । ମୋଟରେ ୧୦୬୫କୋଟି ଟଙ୍କା । ଏହି ଲୁଟ ଟଙ୍କାକୁ ସୁଧ ସହ ତୁରନ୍ତ ଗ୍ରାହକଙ୍କୁ ଫେରେଇବା ପାଇଁ ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ଦାବି କରିଛି । ମହାସଂଘର ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ ଓ ସମ୍ପାଦକ ରବି ବେହେରା ଏକ ପ୍ରେସ ବିବୃତି ଦେଇ ତୁରନ୍ତ ଏହି ଟଙ୍କାକୁ ଗ୍ରାହକଙ୍କୁ ଫେରେଇବା ପାଇଁ ଦାବି କରି କହିଛନ୍ତି ଯେ ଆନ୍ଧ୍ର ସରକାର ଯଦି ଅଧିକ ଆଦାୟ କରିଥିବା ୧୭୬୫ କୋଟି ଟଙ୍କା ଫେରେଇବା ପାଇଁ ପଦକ୍ଷେପ ନେଇ ପାରନ୍ତି ତା ହେଲେ ଓଡିଶା କାହିଁକି ଫେରେଇବ ନାହିଁ ବୋଲି ଉଭୟ ନେତା ପ୍ରଶ୍ନ କରିଛନ୍ତି । ଟାଟା ପାୱାର ଯଦି ଏହି ଅଧିକ ଆଦାୟ ଅର୍ଥ ନ ଫେରାଏ ତା ହେଲେ ଆଗାମୀ ଦିନରେ ଏହାକୁ ନେଇ ରାଜ୍ୟରେ ଯେଉଁ ଗଣ ଆନ୍ଦୋଳନ ଗଢି ଉଠିବ ସେଥିପାଇଁ ଟାଟା ପାୱାର ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଶ୍ରୀ କାନୁନଗୋ ଓ ଶ୍ରୀ ବେହେରା ଚେତାଇ ଦେଇଛନ୍ତି ।
ସାତ ହଜାର ଶହେ ଚଉଦ କୋଟି ଟଙ୍କା ସୁଧ ସହ ବିଜୁଳି ଗ୍ରାହକଙ୍କୁ ଫେରେଇବାକୁ ଉପଭୋକ୍ତା ମହାସଂଘ ର ଦାବି
