କଟକ ସଦର, ୨୧/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନବ ଉତ୍କଳ ର ନିର୍ମାତା, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ରାଜ୍ୟପାଳ, ବରିଷ୍ଠ ସାମ୍ବାଦିକ, ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ, ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବ ଙ୍କ ୧୨୬ ତମ ଜୟନ୍ତୀ ଉତ୍ସବ ଆଜି ଶୁକ୍ରବାର ସଂଧ୍ୟାରେ ଡ଼ଃ ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ପକ୍ଷରୁ କଟକ ଶାରଳା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।
ଜୟନ୍ତୀ କମିଟି ସଭାପତି ନ୍ୟାୟ ମୂର୍ତ୍ତି ମନୋରଞ୍ଜନ ମହାନ୍ତି ଙ୍କ ପୈ।ରୋହିତ୍ୟରେ ଆୟୋଜିତ ଜୟନ୍ତୀ ସଭାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡ଼ଃ ମହତାବଙ୍କ ଗୁଣାବଳୀ ବର୍ଣ୍ଣନା କରିବା ସହିତ ସିଏ ଜଣେ ବ୍ୟକ୍ତି ନଥିଲେ, ଥିଲେ ଏକ ଅନୁଷ୍ଠାନ ବୋଲି କହିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଚାଳନାରେ କମିଟିର କାର୍ଯ୍ୟକାରୀ ସଭାପତି ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଉପସଭାପତି ନୟନ କିଶୋର ମହାନ୍ତି, ପ୍ରଫୁଲ୍ଲ ସିଂହ, ଡ଼ାଃ ରବିରଞ୍ଜନ ସାହୁ, ସାଧାରଣ ସଂପାଦକ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ସହାୟତା କରିଥିଲେ। ସୂଚନାଯୋଗ୍ୟ ଯେ ୧୯୪୧ ମସିହାରୁ ଜୟନ୍ତୀ କମିଟି ଡ଼ଃ ମହତାବଙ୍କ ଜୟନ୍ତୀ ପାଳନ କରିଆସୁଥିବା ଜଣାଯାଇଛି।
