କଟକ, ୨୮/୬/୨୦୨୪ (ଓଡ଼ିଶା ସମାଚାର)- ଶୁକ୍ରବାର ସକାଳେ କଟକର ସିଡିଏ ସେକ୍ଟର-୯ ରାସ୍ତା ଉପରେ ମୋ’ ବସ୍ରେ ନିଆଁ ଲାଗି ଜଳି ଯାଇଛି। ନିଆଁ ଲାଗି ବସ୍ଟି ସମ୍ପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପ୍ରଥମେ ବସ୍ର ସମ୍ମୁଖ ଭାବରେ ନିଆଁ ଲାଗିଥିବା ଦେଖି ଚାଳକ ଜଣକ ବସ୍ କୁ ଅଟକାଇଥିଲେ। ଏହା ପରେ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ।
ସୌଭାଗ୍ୟର କଥା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବସ୍ର ଭିତରେ ଥିବା ସିଟ୍ ଗୁଡ଼ିକ ସମ୍ପୂର୍ଣ୍ଣ ଜଳିଯାଇଛି। ବସ୍ ଟି ପୁରୀରୁ ଆସି କଟକ ସିଡିଏ ସେକ୍ଟର ୯ରେ ଛିଡା ହୋଇଥିବାବେଳେ ହଠାତ୍ ଜଳି ଉଠିଥିଲା । ଇଞ୍ଜିନ ଅତ୍ୟଧିକ ଗରମ ହୋଇଥିବାରୁ ଇଞ୍ଜିନରୁ ନିଆଁ ବାହାରି ବସରେ ବ୍ୟାପୀଯାଇଥିବା କୁହାଯାଉଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।
ମୋ’ ବସ୍ରେ ଲାଗିଲା, ନିଆଁ – ସମସ୍ତ ଯାତ୍ରୀ ସୁରକ୍ଷିତ , ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ , ଡ୍ରାଇଭର, କଣ୍ଡକ୍ଟର
