ରାଜଗାଙ୍ଗପୁର, ୧୯/୦୧/୨୦୨୪ (ଓଡ଼ିଶା ସମାଚାର)- ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଆୟୋଜକ ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ‘ନୂଆ ଓ ‘ ଯୋଜନାରେ ସାହିତ୍ୟ ପ୍ରତିଯୋଗିତା ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ ଚୌଧୁରୀ ମହୋଦୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ଡ଼ କମଳ କୁମାରୀ ମିଶ୍ର, ସମ୍ମାନୀତ ଅତିଥି ଡ଼ ସରୋଜିନୀ ସାହୁ, ମହାବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ଓ ମୁଖ୍ୟ ବକ୍ତା ଭାବେ ବରିଷ୍ଟ ଆଇନ ଜିବି ଶ୍ରୀଯୁକ୍ତ ମୁରଲୀ ଧର ଦାସ ଯୋଗଦାନ କରିଥିଲେ । ଅତିଥିଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ଵାଗତ କରହିଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭରେ ଓଡ଼ିଶାର ଜାତୀୟ ସଙ୍ଗୀତ ‘ ବନ୍ଦେ ଉତ୍କଳ ଜନନୀ ‘ ଗାନ କରାଯାଇଥିଲା । ପରେ ଅଧ୍ୟକ୍ଷ ଅତିଥି ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟକୁ ସଂକ୍ଷେପରେ ପ୍ରକାଶ କରିଥିଲେ । ମହାବିଦ୍ୟାଳୟର IQAC ସଂଯୋଜକ ଶ୍ରୀଯୁକ୍ତ ସପନ୍ କୁମାର ପଣ୍ଡା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାହାତ୍ମ୍ୟ କୁ ବିଶଦ ଭାବେ ଉପସ୍ଥାପନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଦାସ କହିଥିଲ’ ଓଡ଼ିଆ ଭାଷା ହେଉଛି ଜଗନ୍ନାଥ ଭାଷା । ତେଣୁ ଓଡିଆ ଭାଷା ଯେତେ ସମୃଦ୍ଧ ହେବ ଜଗନ୍ନାଥ ସଂସ୍କୃତି ମଧ୍ୟ ବିଶ୍ଵ ଦରବାରରେ ସେତିକି ପ୍ରସିଦ୍ଧ ହେବ । ମୁଖ୍ୟ ଅତିଥି ମିଶ୍ର ମହୋଦୟା ଓଡ଼ିଆ ଭାଷା ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଦାସ ମହାଶୟା ଓଡ଼ିଆ ଭାଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମହାବିଦ୍ୟାଳୟର ଯୁକ୍ତ ତିନି ନୋଡାଲ ଅଧିକାରୀ ଡ଼ ସରିତା କିଣ୍ଡୋ, ଓଡ଼ିଆ ବିଭାଗୀୟ ମୁଖ୍ୟ ‘ ନୂଆ – ଓ’ କାର୍ଯ୍ୟକ୍ରମର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ରାଜନୀତି ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ସୋନାଲି ମୁର୍ମୁ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଅଧ୍ୟାପକ ଡ଼ ସୁଶୀଲ କୁମାର ନାଗ । ପରିଶେଷରେ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଯୁକ୍ତ ୨ ନୋଡାଲ ଅଧିକାରୀ , ଓଡ଼ିଆ ଅଧ୍ୟାପିକା ରଜନୀ ଓରାମ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ /ଅଧ୍ୟାପିକା , କର୍ମଚାରୀ ଏବଂ ଉଭୟ +୨, +୩ ଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରାଇବାରେ ସହାୟକ ହୋଇଥିଲେ ।