୩୬ ତମ ପିକକ୍ ଶିଶୁମେଳା ର ଷଷ୍ଠ ସନ୍ଧ୍ୟା — ଆଧୁନିକ ନୃତ୍ୟ ମନ ମୋହିଲା 

ଭୁବନେଶ୍ୱର,୧୯/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ୩୬ତମ ପିକକ୍ ଶିଶୁମେଳା ର ଅଜିଥିଲା ଷଷ୍ଠ ସନ୍ଧ୍ୟା । ଆଜି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା କୁନି କୁନି ପିଲାମାନଙ୍କ ମଧ୍ୟରେ ଆଧୁନିକ ନୃତ୍ୟ ପ୍ରତିଯୋଗୀତା । ଏଥିରେ ଅନ୍ନପୂର୍ଣା ମହାନ୍ତି, ଦିଲୀପ କୁମାର ଜି  ଓ  ଲିଲିପ୍ତା ମହାପାତ୍ର ବିଚାରକ ଭାବେ ଯୋଗଦେଇଥିଲେ । ଆଜି ସଂଧ୍ୟାରେ ଅତିଥି ମାନେ ଥିଲେ ଓଡିଶା ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା କଳ୍ପନା ଲେଙ୍କା, ରାଜ୍ୟ ଗ୍ରାମୀଣ ବିକାଶ ଅନୁଷ୍ଠାନର ଉପ ନିର୍ଦ୍ଦେଶିକା ଡଃ ଅମିତା ପାତ୍ର, ଏକଲବ୍ୟ ସ୍କୁଲର ପୂର୍ବତନ ଅଧ୍ୟକ୍ଷା ଚିତ୍ରଲେଖା ମହାନ୍ତି, ଭୁବନେଶ୍ବର ଇନରହ୍ଵିଲ କ୍ଲବର ପ୍ରତିମା ନଲିନୀ ପତି ଓ ପିକକ୍ ର ପରିଚାଳନା ବୋର୍ଡ ର ସଦସ୍ୟା ଶର୍ମିଲା ସାହୁ ।

ଅତିଥିମାନେ ଆବୃତି ଓ କୌତୁକ ପୋଷାକ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ପିକକ୍ ର ସମ୍ପାଦକ ରଞ୍ଜନ ମହାନ୍ତି ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପିକକ୍ ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ଅନ୍ବେଶା ବେହୁରା ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

                                                                               -0-

୩୬ ତମ ପିକକ୍ ଶିଶୁମେଳା ୭ମ ଦିବସ ତା ୨୦. ୧୧. ୨୦୨୫ରିଖ କାର୍ଯ୍ୟସୂଚୀ

ଉଦଯାପନୀ ଉତ୍ସବ ଓ ବାର୍ଷିକ ସମ୍ମାନ ପ୍ରଦାନ – ସନ୍ଧ୍ୟା ୬:୩୦ ଘଟିକା

ସଂସ୍କୃତିକ କାର୍ଯ୍ୟକ୍ରମ – ସନ୍ଧ୍ୟା ୮:୦୦ ଘଟିକା

ସ୍ଥାନ – ଏକାମ୍ର ହାଟ, ଆମ୍ଫିଥିଏଟର

Leave a Reply

Your email address will not be published. Required fields are marked *